Friday , August 12 2022
Breaking News
Home / ବିଶେଷ / ମିଶନ ଶକ୍ତି ପକ୍ଷରୁ ସିଲେଇ ଶିକ୍ଷା କେନ୍ଦ୍ର ଉଦଘାଟିତ

ମିଶନ ଶକ୍ତି ପକ୍ଷରୁ ସିଲେଇ ଶିକ୍ଷା କେନ୍ଦ୍ର ଉଦଘାଟିତ

ଗରଦପୁର , ୧୧/୧୦/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହିତ ଆର୍ଥିକ ଅଭିବୃଦ୍ଧି ପାଇଁ ସରକାରଙ୍କ ମିଶନ ଶକ୍ତି ପକ୍ଷରୁ ଆଜି ଗରଦପୁର ବ୍ଲକ୍ ପରିସରରେ ଏକ ସିଲେଇ ଶିକ୍ଷା କେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ମିଶନ ଶକ୍ତି ର ବ୍ଲକ୍ ସଂଯୋଜକ ଅଖିଳ କୁମାର ଆଚାର୍ୟ୍ୟଙ୍କ ସଂଯୋଜନାରେ କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଉଦଘାଟନ କରିଥିଲେ । ଏହି ସିଲେଇ କେନ୍ଦ୍ରକୁ ବ୍ଲକ୍ ମହିଳା ସ୍ୱୟଂ ସହାୟକ ଗୋଷ୍ଟିର ଅନୁବନ୍ଧିତ କେତେକ ଗୋଷ୍ଟି ପରିଚାଳନା କରିବା ସହିତ ବ୍ଲକ୍ ର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଟି ଓ ଯୁବତୀମାନେ ଏଠାରେ ପ୍ରଶିକ୍ଷଣ ନେଇପାରିବେ । ଏହି ଅବସରରେ ବିଡ଼ିଓ ରଂଜିତ କୁମାର ମଲିକ, ତହସିଲଦାର ଅଶୋକ କୁମାର ବେହେରା,ସିଡ଼ିପିଓ ମିନତୀ ବେହେରା ଯୋଗଦେଇ ଏହି ସିଲେଇ ଶିକ୍ଷା କେନ୍ଦ୍ର ଦ୍ୱାରା ମହିଳାମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ବୋଲି କହିଥିଲେ । ସେହିପରି ପାଖଡ଼ ପଂଚାୟତରେ ମଧ୍ୟ ଏକ ମହିଳା ବିୟୁଟି ପାର୍ଲର କୁ ଜିଲାପାଳ ଉଦଘାଟନ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଟି ମାନଙ୍କୁ ସ୍ୱାବଲମ୍ବୀ ହେବା ଉଦେଶ୍ୟରେ ଏହି ମହିଳା ବିୟୁଟି ପାର୍ଲର ବହୁତ ସଆୟତା ପ୍ରଦାନ କରିବ ବୋଲି କହିଥିଲେ । ଏହି ଅବସରରେ ପାଖଡ଼ ପଂଚାୟତର ସରପଂଚ ଗୌରାଙ୍ଗ ଚରଣ ପରିଡ଼ା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)-  ସ୍ବାଧୀନତା ଦିବସ ଅବସରରେ ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା ହୋଇଛି। …

Leave a Reply

Your email address will not be published.