Saturday , December 4 2021
Home / ବିଶେଷ /      ଭିଡଶୂନ୍ୟ ଦଶହରାକୁ ଜଗିଵ ୩୩ ପ୍ଲାଟୁନ୍ ପୋଲିସ୍ ଵଳ ଓ ସିସିଟିଭି, ହୁସିଆର୍ ଅମାନିଆ

     ଭିଡଶୂନ୍ୟ ଦଶହରାକୁ ଜଗିଵ ୩୩ ପ୍ଲାଟୁନ୍ ପୋଲିସ୍ ଵଳ ଓ ସିସିଟିଭି, ହୁସିଆର୍ ଅମାନିଆ

କଟକ ସଦର, ୧୧/୧୦/୨୦୨୧(ଓଡ଼ିଶା ସମାଚାର / ଵିଷ୍ଣୁ ବେହେରା): କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି  ସରକାର ଅଗଷ୍ଟ ୯ ଜାରି କରିଥିବା ଏସଓପି କୁ ବିରୋଧ କରି ସରକାରଙ୍କୁ ଦୁଇ ଦୁଇ ଥର କାଠଗଡାକୁ ଟଣାଯିଵା ଏବଂ ସମାଲୋଚନା କରିଵା ଏଵେ କଟକିଆଙ୍କ ପାଇଁ ମହଙ୍ଗା ପଡିଛି। ଏଥିପାଇଁ ସରକାରଙ୍କ ସଵୁ ନିୟମକୁ କଡ଼ା କଡି ପାଳନ କରିଵାକୁ ପୋଲିସ୍ ଏଵେ ଦଶହରା ପାଇଁ ଅଧିକ କ୍ରିୟାଶୀଳ ହୋଇଉଠିଛି। ଏଥିପାଇଁ ଭିଡଶୂନ୍ୟ ଦଶହରା ପାଇଁ କଟକରେ ୩୩ ପ୍ଲାଟୁନ୍ ପୋଲିସ୍ ଵଳ ମୂତୟନ ହେଵା ସହିତ ସହର ସାରା ସିସିଟିଭି ଖୁନ୍ଦି ଦିଆଯାଇଛି । ଏହାଦ୍ୱାରା ପୂଜା ମଣ୍ଡପରେ ଭିଡ, ଟ୍ରାଫିକ ସମସ୍ୟା, ଅପରାଧୀ ଙ୍କ ଉପରେ ନଜର ରଖାଯାଇ ତ୍ୱରିତ ପଦକ୍ଷେପ ପୋଲିସ୍ ପକ୍ଷରୁ ନିଆଯିଵାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କୋଭିଡ୍ କଟକଣା ଠିକ୍ ଭାଵେ ପାଳନ କରାଯାଉଛି କି ନାହିଁ ତାହାର ତଦାରଖ ପାଇଁ ପୂଜା ମଣ୍ଡପ ଉପରେ ମଧ୍ୟ କଡା ନଜର ରଖାଯିବ ଵୋଲି କଟକ ଡିସିପି ପ୍ରତିକ୍ ସିଂହ ସୂଚନା ଦେଇଛନ୍ତି। କେଵଳ ସେତିକି ଵି ନୁହେଁ ଆଜି ସୋମଵାର ଷଷ୍ଠୀ ରାତି ୮ ଟାରୁ ୨୦ ତାରିଖ ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ କାର୍ୟ୍ୟକାରୀ ହେବାକୁ ଯାଉଛି। ନାଇଟ୍ କର୍ଫ୍ୟୁ ସମୟରେ ସମସ୍ତଙ୍କୁ ଘରେ ରହିଵାକୁ ଡିସିପି ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି। ତେଵେ ରୌପ୍ୟନଗରୀ କଟକରେ ଦଶହରା ପର୍ଵ ପାଳନରେ ଉତ୍ସାହ କେତେ ଵା ଉଦାସ କେତେ ତାହା ଭିନ୍ନ ପ୍ରସଙ୍ଗ ହୋଇଥିଵା ବେଳେ ଏଥର ଦଶହରା କେଵଳ ନାମକୁ ମାତ୍ର ପାଳନ ହେଵ ଵୋଲି ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *