Sunday , January 23 2022
Breaking News
Home / ବିଶେଷ / ପାର୍ବଣବେଳେ ଅମାନିଆଙ୍କ ବରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ସିପି

ପାର୍ବଣବେଳେ ଅମାନିଆଙ୍କ ବରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ସିପି

ଭୁବନେଶ୍ୱର,୧୧/୧୦/୨୦୨୧(ଓଡ଼ିଶା ସମାଚାର)- ଆଗକୁ ପାର୍ବଣ ଆସୁଛି । ପାର୍ବଣ ଅବସରରେ କୋଭିଡ ନିୟମକୁ ଯେଭଳି କୌଣସି ପ୍ରକାର ଉଲଂଘନ କରାନଯାଏ ସେଥିପ୍ରତି ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାର୍ବଣ ସମୟରେ ଅମାନିଆ ହେଲେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ପାର୍ବଣ ବେଳେ ରାଡାରରେ ଅଛନ୍ତି ଅପରାଧି । ଆସନ୍ତା ୧୧ ତାରିଖରୁ ରାତି ୮ ଘଟିକାରୁ ନାଇଟ କର୍ଫୁ୍ୟ ଲାଗୁ କରାଯାଇଛି । ସମସ୍ତେ ଘରେ ରହି ପରିବାର ସହ ଦୂର୍ଗାପୂଜା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଡ୍ରଗ୍ସ ସମ୍ପର୍କରେ ମଧ୍ୟ କହିଥିଲେ ଯେ ବାଲିଅନ୍ତାରୁ ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ୍ କରାଯିବା ସେଙ୍ଗ ସେଙ୍ଗ ଜଣଙ୍କୁ ଗିରଫ କରାଯାଇଛି । ୨୦୨୧ରେ ଟୁଇନ ସିଟିରୁ ୧୦କେଜି ବ୍ରାଉନ ସୁଗାର ଜବତ୍ କରାଯାଇଥିଲା । ଭୁବନେଶ୍ୱରରୁ ନଗଦ ୪୩ ଲକ୍ଷ ୫୦ ହଜାର ଟଙ୍କା ଠାବ କରାଯାଇଥିଲା । ଭୁବନେଶ୍ୱରରୁ ୬୭ ଏବଂ କଟକରୁ ୩୦ ଜଣ ଅପରାଧିଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଥିବାବେଳେ ଆଗାମୀ ଦିନରେ ଡ୍ରଗ୍ସ କାରବାର କୁ ନେଇ ଚଢାଉ ଅଭିଯାନ ଜାରି ରହିବ ବୋଲି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ରକ୍ତଦାନ ଶିବିରରେ ସ୍ୱେଛାକୃତ ରକ୍ତଦାନ ପାଇଁ ନିବେଦନ

କେନ୍ଦ୍ରାପଡା, ୨୨/୧/୨୦୨୨ (ଓଡ଼ିଶା ସମାଚାର)-  ନେତାଜୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ମୋଟର୍ସ ପକ୍ଷରୁ ଏକ …

Leave a Reply

Your email address will not be published. Required fields are marked *