ଜଗତସିଂହପୁର,୧୧/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଦିନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଳ ଯୋଜନା ସଂପର୍କୀୟ ଏକ ଦିନିକିଆ କର୍ମଶାଳା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଓରମାସ ପକ୍ଷରୁ ଆୟୋଜିତ ହୋଇଯାଇଅଛି । ଏହି କର୍ମଶାଳାରେ ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଏହି ଯୋଜନାରେ ଗ୍ରାମୀଣ ଯୁବକ ଯୁବତୀମାନେ ପ୍ରଶିକ୍ଷଣ ନେଇ ନିଯୁକ୍ତି ସୁଯୋଗ ପାଇ ପାରୁଛନ୍ତି । ୧୫ ରୁ ୩୫ ବର୍ଷ ପର୍ଯ୍ୟନ୍ତ ଗ୍ରାମୀଣ ଯୁବକ ଓ ଯୁବତୀ ମାନଙ୍କୁ ତାଲିମ ପରେ ଦକ୍ଷତା ଅନୁଯାୟୀ ତାଲିମ ପ୍ରଦାନକାରୀ ସଂସ୍ଥାମାନେ ରାଜ୍ୟରେ ଏବଂ ରାଜ୍ୟ ବାହାରେ ବେସରକାରୀ ସଂସ୍ଥାରେ ନିଯୁକ୍ତି ସୁଯୋଗ ଦିଆଯାଉଛି । ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ଓରମାସର ଡେପୁଟୀ ସିଇଓ ଶ୍ରୀ ସତ୍ୟ ସୁନ୍ଦର ଶିବରାମ ପାଇଟାଳ କହିଲେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏବଂ ଅନୁସୂଚିତ ଜାତି ଓ ଜନଜାତିର ପରିବାରର ଯୁବକ ଯୁବତୀମାନଙ୍କୁ ଏହି ଯୋଜନାରେ ଅଗ୍ରାଧିକାର ଦିଆଯାଏ । ନିର୍ଦ୍ଧିଷ୍ଟ ତାଲିମ ପ୍ରଦାନକାରୀ ସଂସ୍ଥାମାନଙ୍କ ଦ୍ୱାରା କୌଶଳ ବୃଦ୍ଧି ନିମନ୍ତେ ତାଲିମ ଦିଆଯାଉଛି । ବିଭିନ୍ନ ବୈଷୟିକ ତାଲିମ ଯଥା- ପାଣି ପାଇପ୍ ମିସ୍ତ୍ରୀ,ଡି.ଟି.ପି /ଡି.ଇ.ଓ,ଖାଦ୍ୟ ଓ ପାନୀୟ ସେବା,ସିଲେଇ ମେସିନ୍ ଚାଳକ ,ରୋଗୀ ସେବା ସହକାରୀ,ଝଳେଇ ଓ ଗଠନ କାର୍ଯ୍ୟ , ବିଜୁଳି କର୍ମୀ, ରାଜମିସ୍ତ୍ରୀ କାମ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସହକାରୀ ,ରଙ୍ଗମିସ୍ତ୍ରୀ,ଫିଟର, ଅତିଥି ଚର୍ଚ୍ଚା ସହକାରୀ,ପର୍ଯ୍ୟଟନ କାର୍ଯ୍ୟାଳୟ ସହକାରୀ , ଗ୍ରାହକ ସଂପର୍କ, କାରଖାନା ସହକାରୀ,ବହୁ କୁଶଳୀ କାରିଗର,ଆଇଟିବିପି, ଗୃହ ପରିଚାଳନା, ସୁରକ୍ଷା କର୍ମୀପାଇକାରୀ ବ୍ୟବସାୟ,ଗ୍ରାହକ ସେବା ସହକାରୀ ,ମୁଦ୍ରଣ ଚାଳକ ସହକାରୀ,କୃଷି ଯନ୍ତ୍ରପାତି ବିକ୍ରି ସମ୍ବନ୍ଧୀୟ ପରିବହନ ସହକାରୀ,ଯାନବାହାନ ବିକ୍ରୟ ଇତ୍ୟାଦି ପ୍ରଦାନ କରାଯାଇ ନିଯୁକ୍ତି ସୁବିଧା ପ୍ରଦାନ କରାଯାଉଛି । ୨୦୧୯-୨୦ ବର୍ଷରେ ଜିଲ୍ଲ୍ାରେ ଧାର୍ଯ୍ୟ ଲକ୍ଷ ୧୦୫୮ ଯାଗାରେ ୧୬୦୭ ଜଣ ଗ୍ରାମୀଣ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ୧୫୨ ପ୍ରତିଶତ ଲକ୍ଷ ସାଧନ ହୋଇ ପାରିଛି । ସେହିପରି ଧାର୍ଯ୍ୟଲକ୍ଷ୍ୟ ୭୪୦ ଯାଗାରେ ୮୮୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରି ୧୨୦ ପ୍ରତିଶତ ଲକ୍ଷ୍ୟ ସାଧନ ହୋଇ ପାରିଛି । ୨୦୨୦-୨୧ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ୧୭୬ ଜଣଙ୍କୁ ନିଯୁକ୍ତି ସୁଯୋଗ ଥିବା ବେଳେ ୩୨୫ ଜଣ ନିଯୁକ୍ତି ସୁଯୋଗ ୧୮୪ ପ୍ରତିଶତ ପାଇ ପାରିଛନ୍ତି । କରୋନା ମହାମାରୀ ସଂକ୍ରମଣ ଯୋଗୁ ୨୦୨୧-୨୨ ବର୍ଷରେ ଆଜି ପର୍ଯ୍ୟନ୍ତ ୩୨ ପ୍ରତିଶତ ହାସଲ ହୋଇଛି । ଏହି କର୍ମଶାଳାରେ ଜିଲ୍ଲ୍ା ଉନ୍ନୟନ ମ୍ୟାନେଜର,ନାବାର୍ଡ ଶ୍ରୀ ବିଶ୍ୱ ଭୁଷଣ ମହାନ୍ତି,ଡି.ପି.ସି,ମିଶନ ଶକ୍ତି ଶ୍ରୀ ଅଭିକ୍ ନାରାୟଣ ଏହି ଯୋଜନାରେ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ସାମିଲ କରିବାକୁ ବିଭିନ୍ନ କ୍ଷେତ୍ରିୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । କର୍ମଶାଳାରେ କ୍ଷେତ୍ରୀୟ ଅଧିକାରୀ,ପି.ଆଇ.ଓ ମାନେ ଯୋଗଦେଇ ଥିଲେ । ଶେଷରେ ଏକ୍ଜିକୁ୍ୟଟିଭ୍ ଆସିଷ୍ଟାଣ,ଓରମାସ୍ ଶ୍ରୀ ପ୍ରଭାତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର