Wednesday , December 8 2021
Home / ବିଶେଷ / ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନିୟମର ଖୋଲା ଉଲଂଘନ ଅଭିଯୋଗ, ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଲେ ଆଞ୍ଚଳିକ ଯାଦବ ସମିତି

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନିୟମର ଖୋଲା ଉଲଂଘନ ଅଭିଯୋଗ, ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେଲେ ଆଞ୍ଚଳିକ ଯାଦବ ସମିତି

କଳାହାଣ୍ଡି,୧୧/୧୦/୨ (ଓଡିଶା ସମାଚାର) – ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଦବୀ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ସମସ୍ତ ୩୬ ଗୋଟି ଜିଲ୍ଲା ପରିଷଦ ଜୋନ୍ ରେ ଗୋଟିଏ ହେଲେ ଆସନ ଓବିସିଙ୍କ ନିମନ୍ତେ ଆସନ ସଂରକ୍ଷିତ ନ ଥିବା ଜିଲ୍ଲାବାସୀଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଛି। ସମୁଦାୟ ୩୬ ଗୋଟି ଜୋନ୍ ରୁ ଏସ୍ ସି- ୭,ଏସ୍ ଟି-୧୧ ଓ ସାଧାରଣ ବର୍ଗ-୧୮ଟି ସଂରକ୍ଷିତ ଥିବା ବେଳେ ଓବିସି ଙ୍କ ପାଇଁ ଏଥର ଗୋଟିଏ ହେଲେ ଆସନ ନାହିଁ। ସେହିପରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ଓ ଥୁ.ରାମପୁର ବ୍ଳକରେ ଯଥାକ୍ରମେ ଜନସଂଖ୍ୟାର ୨୮% ଓ ୨୪% ଅନୁସୂଚୀତ ଜାତି ବସବାସ କରୁଥିବା ବେଳେ ଗୋଟିଏ ହେଲେ ସରପଞ୍ଚ ପଦବୀ ତାଙ୍କ ଭାଗରେ ପଡ଼ିନାହିଁ। ଆହୁରି ବିଡ଼ମ୍ବନାର ବିଷୟ ହେଉଛି ଯେ ଜିଲ୍ଲାର ୧୩ ଗୋଟି ବ୍ଳକ ଅଧ୍ୟକ୍ଷ ପଦବୀ ପାଇଁ ମଧ୍ୟ ଗୋଟିଏ ଓବିସିଙ୍କ ପାଇଁ ଆସନ ସଂରକ୍ଷିତ ନାହିଁ। ଯାହାକୁ ନେଇ ଜିଲ୍ଲାର ଏକ ବହୁସଂଖ୍ୟକ ବର୍ଗ ନିଜ ସାମ୍ବିଧାନିକ ଅଧିକାର ରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

Leave a Reply

Your email address will not be published. Required fields are marked *