Friday , October 22 2021
Breaking News
Home / ବିଶେଷ / କୁଆଡେ ଗଲା ପୌରପାଳିକା ଓ ପରିବର୍ତନ ଯୋଦ୍ଧା ମଶା ଧୂଆଁ ଗାଡି

କୁଆଡେ ଗଲା ପୌରପାଳିକା ଓ ପରିବର୍ତନ ଯୋଦ୍ଧା ମଶା ଧୂଆଁ ଗାଡି

ମଶାଙ୍କ ପ୍ରାର୍ଦୂଭାବରେ ହନ୍ତସନ୍ତ ପାରାଦୀପବାସୀ
ପାରାଦୀପ ୧୧/୧୦/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ସର୍ବାଧିକ ହୋଲଡିଙ୍ଗ ଟ୍ୟାକ୍ସ ଆଦାୟ କରି ପାରାଦୀପ ପୌରପାଳିକା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି । ଏଥି ନିମନ୍ତେ ପାରାଦୀପ ପୌରପାଳିକା ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଛି । ହେଲେ ପାରାଦୀପ ସହରରେ ମଶାଙ୍କ ପ୍ରାଦୂର୍ଭାବ କୁ ରୋକିବାରେ ପାରାଦୀପ ପୌରପାଳିକାର ବିଫଳତାର ନଗ୍ନ ଚିତ୍ର ଏବେ ଦେଖିବାକୁ ମିଳୁଛି । ରାତି ତ ରାତି ଦିନରେ ବି ମଶାଙ୍କ ଆକ୍ରମଣ ଦେଖିବାକୁ ମିଳୁଛି । ମଶାଙ୍କ ବଂଶ ବୃଦ୍ଧିକୁ ରୋକିବାକୁ ହେଲେ ସହରର ବିଭିନ୍ନ ଡ୍ରେନ୍ ରେ ମଶା ତେଲ ନପଡିବା ଏହାର ଅନ୍ୟ ଏକ କାରଣ । ଡ୍ରେନ୍ ସଫା ନହେବା କାରଣରୁ ଡ୍ରେନ୍ ରେ ମଶାଙ୍କ ବଂଶ ବଢୁଛି । ଡ୍ରେନ୍ ଗୁଡିକ ଯଦି ନିୟମିତ ବ୍ୟବଧାନରେ ସଫା ହୁଅନ୍ତା ତେବେ ମଇଳା ପାଣି ସହଜରେ ଯାଇପାରନ୍ତା ଓ ମଶାଙ୍କ ପ୍ରାଦୂର୍ଭାବ ବଢନ୍ତା ନାହିଁ । ସହରର ସବୁ ଅଂଚଳରେ ମଶା ଧୂଆଁ ଗାଡି ବୁଲିବା କଥା । ହେଲେ ଦୀର୍ଘ ଦିନ ହେବ ମଶା ଧୂଆଁ ଗାଡି କୁ ସହରବାସୀ ଦେଖିବାକୁ ପାଉନାହାନ୍ତି । ପୌରପାଳିକାର ଲୋକ ମଶା ଧୂଆଁ ଗାଡିରେ ଓ ଗାଡି ନଯାଇପାରିବା ସ୍ଥାନମାନଙ୍କରେ ହାତରେ ଧରି ମଶା ଧୂଆଁ ବିଭିନ୍ନ ଗଳିକନ୍ଦିରେ ଦେବା ପାଇଁ ବ୍ୟବସ୍ଥା ଥିଲେ ବି ମଶା ଧୂଆଁ କାହିଁକି ଦିଆଯାଉନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପାରାଦୀପ ନିକଟବର୍ତୀ ଅଂଚଳରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ମଶାଙ୍କ ଦାଉରୁ ପାରାଦୀପବାସୀଙ୍କୁ ରକ୍ଷା କରିବା ପାଇଁ ପୌରପାଳିକା ଉଦାସୀନତା ପ୍ରଦର୍ଶନ କରୁଛନ୍ତି । ଏସବୁକୁ ଉଦାସୀନତାକୁ ଦେଖି ପରିବର୍ତନ ଯୋଦ୍ଧା ସଂଗଠନ ସହରରୁ ମଶାଙ୍କ ବଂଶ ନିପାତ କରିବାପାଇଁ ଏକ ମଶା ଧୂଆଁ ଗାଡି ଲୋକ ଦେଖାଣିଆ ଭାବେ ବୁଲାଇଥିଲେ । ହେଲେ ପୌରପାଳିକାର ଓ ପରିବର୍ତନ ଯୋଦ୍ଧା ସଂଗଠନର ମଶା ଧୂଆଁ ଗାଡି କୁଆଡେ ଗଲା ସେ ନେଇ ଚର୍ଚ୍ଚା ହେଲାଣି । ଅରିନ୍ଦମ ସାର୍ଖେଲଙ୍କ ନେତୃତ୍ୱାଧୀନ ପରିବର୍ତନ ଯୋଦ୍ଧା ସଂଗଠନ କେବଳ ଉଦ୍ଧେଶ୍ୟ ପ୍ରଣୋଦିତ ଭାବେ ଗୋଟିଏ ଦିନ ପାରାଦୀପ ରେ ମଶା ଧୂଆଁ ଗାଡି ବୁଲାଇବା ପରେ ଆଉ ସେ ଗାଡିର ଦେଖା ଦର୍ଶନ ନାହିଁ । ଏଣେ ମଶାଙ୍କ ଦାଉରୁ ହନ୍ତସନ୍ତ ପାରାଦୀପବାସୀ ଏବେ କିଂ କର୍ତବ୍ୟ ବିମୁଢ ହୋଇ ରହିଛନ୍ତି । ପାରାଦୀପରୁ ମଶା ବଂଶ ବୃଦ୍ଧି କୁ ରୋକିବାରେ ନା ସରକାରୀ ସଂସ୍ଥା ପାରାଦୀପ ପୌରପାଳିକା ନା ବେସରକାରୀ ସଂଗଠନ ପରିବର୍ତନ ଯୋଦ୍ଧା କାହାରି ନିଘା ନାହିଁ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *