Monday , October 2 2023
Breaking News
Home / ବିଶେଷ / ଆଗକୁ ଵଢୁଛି ଉତ୍କଳ ବିକାଶ ପରିଷଦ,ପଞ୍ଚାୟତ ନିର୍ବାଚନରେ କରିସ୍ମା ଦେଖାଇଵାକୁ ସଜଵାଜ

ଆଗକୁ ଵଢୁଛି ଉତ୍କଳ ବିକାଶ ପରିଷଦ,ପଞ୍ଚାୟତ ନିର୍ବାଚନରେ କରିସ୍ମା ଦେଖାଇଵାକୁ ସଜଵାଜ

କଟକ ସଦର, ୧୧/୧୦/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ଵିକାଶ ପରିଷଦ କଟକ ସଦର ଶାଖା ପକ୍ଷରୁ ସାରା ନିର୍ବାଚନ ମଣ୍ଡଳୀରେ ଆଜକୁ ୫ ଵର୍ଷରୁ ଉର୍ଦ୍ଧ୍ବ ହେଵ ପରିଷଦର ଯୁଵ ସଭାପତି ଇଂ ପ୍ରକାଶ ସେଠୀଙ୍କ ନେତୃତ୍ୱରେ ନିରବଚ୍ଛିନ୍ନ ଭାଵେ ସାମାଜିକ ସେଵା ଜାରି ରଖି ଲୋକମାନଙ୍କର ଆଦୃତି ଲାଭ ହୋଇପାରିଛନ୍ତି। ଯୁଵ ମାନସର ପ୍ରତୀକ ଇଂ ସେଠୀ ହାଇଦ୍ରାବାଦ ରେ ଏକ ନାମି ଦାମି କମ୍ପାନୀରେ ଆଇଟି ଇଂଜିନିୟର ଭାଵେ କାର୍ଯ୍ୟରତ ଥାଇ ମଧ୍ୟ ନିର୍ବାଚନ ମଣ୍ଡଳୀରେ ଯୁଵମଣ୍ଡଳୀଙ୍କ ସହାୟତାରେ ସାମାଜିକ କାର୍ଯ୍ୟ ସଵୁକୁ ତ୍ୱରାନ୍ୱିତ କରିପାରୁଛନ୍ତି। ଗତ ବର୍ଷ ଠାରୁ କରୋନା ମହାମାରୀ କୁ ଦୃଷ୍ଟିରେ ରଖି ପରିଷଦର କର୍ମକର୍ତ୍ତା ମାନେ କୋଣେ ଅନୁକୋଣରେ ବିଶୋଧନ କାର୍ଯ୍ୟକ୍ରମ, ମାସ୍କ ଵଣ୍ଟନ, ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମ ସହ ଵୃକ୍ଷ ରୋପଣ, ରକ୍ତଦାନ ଶିଵିର ପ୍ରଭୃତି ଅନେକ ଜନହିତକର କାର୍ଯ୍ୟକ୍ରମ ମାନ ଜାରି ରଖିଛନ୍ତି।ଏହି ସଂଗଠନରେ ଅନେକ ପୁରୁଣା ଆଗ ଧାଡିର ଵିଜେପି ନେତା ଓ କର୍ମୀ ଙ୍କୁ ଦେଖିବାକୁ ମିଳୁଥିଵାରୁ ଏହା ଆଗାମୀ ଦିନରେ ବିଶେଷକରି ପଞ୍ଚାୟତ ନିର୍ବାଚନରେ ରାଜନୈତିକ ରୂପରେ ଉଭାହେଵା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ। ପରିଷଦ ସହିତ ଵିଜେପିର ଵଡ ପଣ୍ଡାମାନଙ୍କ ହାତ ଥିବା ଅନୁମାନ କରାଯାଉଛି।ହେଲେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ପରିଷଦ ପ୍ରାର୍ଥୀ ଠିଆ କରି ଭଲ ପ୍ରଦର୍ଶନ କରିଵ ଵୋଲି ସଭାପତି ଇଂ ସେଠୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *