ଓଡାପଡା,୧୧/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି ଖଡକ ପ୍ରସାଦ ନିକଟସ୍ଥ ୫୫ ନମ୍ୱର ଜାତୀୟ ରାଜପଥ କଡ଼ରେ କୁଶୁପଙ୍ଗା ଗ୍ରାମର ଅସହାୟ ସୁକୁମାରୀ ନାୟକ କାଚ ବୋତଲ ମାଡ଼ି ରାସ୍ତା ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଥିଲେ । ଏହି ସମୟ “ଯୁବଶକ୍ତି’ ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ପହଞ୍ଚି ସଙ୍ଗେ ସଙ୍ଗେ ମେରାମଣ୍ଡଳି ମେଡିକାଲ କୁ ନେଇ ଡାକ୍ତର ସ୍ୱାସ୍ଥ୍ୟ କର୍ମୀ ଙ୍କ ଦ୍ଵାରା ସମସ୍ତ ଚିକିତ୍ସା କରାଇବା ସହ ମାଉସୀ ଙ୍କ ପାଇଁ କିଛି ଦିନ ଚଳିବା
ପାଇଁ ଶୁଖିଲା ଖାଦ୍ୟ ଓ ସମସ୍ତ ପ୍ରକାର ଫଳ ଏବଂ ପିନ୍ଧିବା ପାଇଁ ନୂଆଁ ଚପଲ୍ କିଣି କରି ଦେଇଥିଲେ । ସମାଜ ପାଇଁ ଏକ ବାର୍ତ୍ତା ଦେଇ କହିଥିଲେ ରାସ୍ତା କଡ ରେ କୌଣସି ଭି ଅସହାୟ ବୃଦ୍ଧ ବୃଦ୍ଧା, ଅନାଥ ଶିଶୁ, ଦୃଷ୍ଟିହୀନ ଭାଇ ଭଉଣୀ, ମାନସିକ ବିକୃତି ବିକଳାଙ୍ଗ ରୋଗୀ ମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର । ଏହା ଦ୍ବାରା ସେମାନଙ୍କ ମୁହଁରେ ସବୁବେଳେ ହସ ଫୁଟି ପାରିବ ବୋଲି କହିଥିଲେ । ଓଡ଼ିଶା ସମାଚାର