Tuesday , October 19 2021
Breaking News
Home / ତାଜା ଖବର / ସଡକ ଦୁର୍ଘଟଣା : ମୁର୍ମୁଷୁ ଅବସ୍ଥାରେ ବାଇକ ଚାଳକ ଏସସିବିରେ ଭର୍ତ୍ତି

ସଡକ ଦୁର୍ଘଟଣା : ମୁର୍ମୁଷୁ ଅବସ୍ଥାରେ ବାଇକ ଚାଳକ ଏସସିବିରେ ଭର୍ତ୍ତି

ମାହାଙ୍ଗା ୧୦/୧୦/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ଥାନା କୁଆଁପାଳ- ବାଲିଚନ୍ଦ୍ରପୁର ଦେଇ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ବନ୍ଧର ବାଗସରପୁର ଠାରେ ଆଜି ଏକ ସଡକ ଦୁର୍ଘଟଣା ଘଟିଛି । ବାଇକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକ ଜଣକ ଗୁରୁତର ହୋଇପଡିବା ଦେଖିବାକୁ ମିଳିଛି । ବାଇକ ଚାଳକ ଜଣକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ବିଷ୍ଣୁ ଚରଣ ଦାସ ବୋଲି ଚିହ୍ନଟ ହୋଇଛନ୍ତି । ତା’ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଦ୍ୱାରା ପ୍ରଥମେ ମାହାଙ୍ଗା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ସେଠାରୁ ବିଷ୍ଣୁଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ବିଷ୍ଣୁ ଓରଫ ମିଟୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି । ଖବର ପାଇ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି ଘଟଣାସ୍ଥଳରେ ପହଂଚି ଗାଡି ଦୁଇଟିକୁ ଜବତକରିବା ସହ ଅଧିକ ତଦନ୍ତ ଚଳେଇଥିବା ଜଣାପଡିଛି । ଆହତ ବିଷ୍ଣୁ ଙ୍କ ପରିବାର ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କ ଚିକିତ୍ସା ପାଇଁ ଦୁର୍ଘଟଣା ଘଟାଇଥିବା କାର ମାଲିକ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ଷ୍ପଷ୍ଟ ଦିବାଲୋକ ରେ ବନ୍ଧୁକ ଦେଖାଇ ଉତ୍କର୍ଷ ସ୍ମଲ ଫାଇନାନସ ବ୍ୟାଙ୍କ ରୁ ଲୁଟ

ସାଲେପୁର,୧୮/୧୦/୨୦୨୧(ଓଡିଶା ସମାଚାର/ ଅଭୟ ଜେନା) – ଦିନ ଦୁଇ ପ୍ରହରରରେ କଟକ ଜିଲ୍ଲା ସାଲେପୁର ମାଛୁଆତି ବଜାର ନିକଟ ଏକ …

Leave a Reply

Your email address will not be published. Required fields are marked *