Tuesday , August 16 2022
Breaking News
Home / ନିର୍ବାଚନ / ସଂରକ୍ଷଣ ଚିଠା ତାଲିକା ପ୍ରକାଶନ ପରେ କଟକ ସଦର ଵ୍ଲକ୍ ଅଧ୍ୟକ୍ଷ ପାଇଁ ଆଶା ବାନ୍ଧିଥିବା ‘ମାର୍ ତାଳି,ପକା ହୁଳହୁଳି’ ନେତାଙ୍କର ଆଶା ଚୁରମାର

ସଂରକ୍ଷଣ ଚିଠା ତାଲିକା ପ୍ରକାଶନ ପରେ କଟକ ସଦର ଵ୍ଲକ୍ ଅଧ୍ୟକ୍ଷ ପାଇଁ ଆଶା ବାନ୍ଧିଥିବା ‘ମାର୍ ତାଳି,ପକା ହୁଳହୁଳି’ ନେତାଙ୍କର ଆଶା ଚୁରମାର

କଟକ ସଦର, ୧୦/୧୦/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ବ୍ଲକ ଅଧ୍ୟକ୍ଷ ଆସନ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଵା ଚିଠା ତାଲିକା ପ୍ରକାଶ ପାଇଵା ପରେ ଵହୁ ହେଭିୱେଟ ଆଶାୟୀ ନେତାଙ୍କ ନିଦ ହଜିଯାଇଛି। ସେଥିମଧ୍ୟରୁ ୨୦୧୭ ରେ କଂଗ୍ରେସ ରୁ ଵିଜେଡିକୁ ଆସି ଉପାଧ୍ୟକ୍ଷ ପଦବୀ ହାତେଇ ନେଇଥିବା ଵହୁ ଚର୍ଚ୍ଚିତ ‘ମାର ତାଳି,ପକା ହୁଳହୁଳି’ କହୁଥିଵା ନେତା କାଳିଆ ଓରଫ ବିଭୂତି ଭୂଷଣ ପରିଡା ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ସେଥିରେ ୨୩ ଗୋଟି ପଞ୍ଚାୟତରୁ କନ୍ଦରପୁର ଓ ଦଧିଵାମନପୁର ପଞ୍ଚାୟତ ଦୁଇଟି କେଵଳ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଵା ଵେଳେ ଏ ଦୁଇଟିରୁ ଯେ କୌଣସି ନିର୍ବାଚିତ ସମିତି ସଭ୍ୟା କିମ୍ବା ଅନ୍ୟ ଅସଂରକ୍ଷିତ ମହିଳା ଆସନ ଯଥା କଳପଡା, ଖଣ୍ଡେଇତା, ଧରିଣା, ଵେଣ୍ଟକାର ଓ ପରମହଂସ ରୁ ନିର୍ବାଚିତ ପଛୁଆବର୍ଗ ମହିଳା ଅଧ୍ୟକ୍ଷା ଆସନରେ ବସିବାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ସଂରକ୍ଷଣ ତାଲିକାକୁ ସଵୁ ମହଲରେ ସ୍ୱାଗତ କରାଯାଉଥିବା ବେଳେ କେଵଳ ଆଉ ଥରେ ଥରେ ରିପିଟ୍ ହେଵାକୁ ଆଶାରଖିଥିଵା ଆଶାୟୀ ଙ୍କ ଆଶା ମଳିନ ପଡ଼ିଯାଇଛି। ସେଥିରେ ନୂଆ ପ୍ରାର୍ଥୀ ଙ୍କ ପାଇଁ ପୁରୁଣା ସେମାନେ କଣ୍ଟା ସାଜିଵା ସମ୍ଭାବନାକୁ ଏଡାଇ ଦେଇ ହେଵ ନାହିଁ ଵୋଲି ପ୍ରାକ୍ ନିର୍ବାଚନ ସର୍ଵେକ୍ଷଣରୁ ଜଣାପଡିଛି। ଓଡ଼ିଶା ସମାଚାର

About admin

Check Also

ଅପରାହ୍ନରେ ହୀରାକୁଦ ଜଳ ଭଣ୍ଡାରର ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି

ଭୁବନେଶ୍ୱର,୧୬/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଜଳସ୍ଥର ବଢ଼ିବାରେ ଲାଗିଛି । ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ଥର ୬୨୬.୦୮ …

Leave a Reply

Your email address will not be published.