ଭୁବନେଶ୍ୱର,୧୦/୧୦/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ୧୧ ତାରିଖ ସୋମବାର ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି କ୍ୟାବିନେଟରେ ୧୦ଟିରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି। ସୋମବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ରାଜ୍ୟରେ ବୃହତ୍ ପାନୀଜଳ ଯୋଗାଣକୁ ଗୁରୁତ୍ବ ଦେଇ କେତେକ ପ୍ରକଳ୍ପକୁ ଅନୁମୋଦନ ଦିଆଯିବାର ସମ୍ଭାବନା ରହିଛି। ଏହାବାଦ୍ କେତେକ ବିଭାଗର ଚାକିରି ନିୟମର ସଂଶୋଧନ ପ୍ରସ୍ତାବ ସହିତ ସ୍ବାସ୍ଥ୍ୟ, ରାଜସ୍ବ, ସାଧାରଣ ପ୍ରଶାସନ, ଅର୍ଥ, ପୂର୍ତ୍ତ ବିଭାଗ ଭଳି କେତେକ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ଓଡ଼ିଶା ସମାଚାର