Friday , August 19 2022
Breaking News
Home / ବିଶେଷ / ଭିଜିଲାନ୍ସ ଜାଲରେ ପଡିଲେ ଲାଞ୍ଚୁଆ ପେଟୁଆ ଅଧିକ୍ଷକ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ପଡିଲେ ଲାଞ୍ଚୁଆ ପେଟୁଆ ଅଧିକ୍ଷକ ଯନ୍ତ୍ରୀ

କଟକ ସଦର, ୧୦/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ବେଆଇନ୍ ଅର୍ଥ ଆଦାୟ କରୁଥିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ବୈତରଣୀ ଵିଭାଜନର ଜଳସମ୍ପଦ ବିଭାଗ ଲାଞ୍ଚୁଆ ଓ ପେଟୁଆ ଅଧିକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କୁ କଟକ ଭିଜିଲାନ୍ସ ଟିମ୍ ଗୋଡେଇ ଗୋଡେଇ ଯାଯପୁର କଟକ ରାସ୍ତାର ଏନ୍ ସି କଲେଜ ନିକଟରୁ କାଵୁ କରିଵାରେ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତ ବେଆଇନ ଟଙ୍କା ନେଇ କଟକ ଆସୁଥିବା ଖଵର ପାଇ ଭିଜିଲାନ୍ସ ଟିମ୍ ତାଙ୍କର ପିଛା କରିଥିଲା।ତାଙ୍କ ଠାରୁ ନଗଦ ୧୦ ଲକ୍ଷ ୭ ହଜାର ୬୨୦ ଟଙ୍କା ଜଵତ ହୋଇଥିବା ଵେଳେ ଏତେ ଗୁଡ଼ିଏ ଟଙ୍କାର ହିସାବ ଦେଇ ନପାରିବାରୁ ଏନେଇ ଭିଜିଲାନ୍ସ କଟକ ପୁଲିସ୍ ମାମଲା ନଂ୧୬/୨୦୨୧ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ଙ୍କ ଠାରୁ ଜଣାପଡିଛି। ଅଧିକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କ କେନ୍ଦୁଝର ଶାଳପଡ଼ା ଅଫିସ୍ ଓ କଟକ ମହତାବରୋଡ଼ ସ୍ଥିତ ବାସ ଭବନ ରେ ଭିଜିଲାନ୍ସ ଚଢ଼ାଉ କରିଛି । ହେଲେ ଲାଞ୍ଚୁଆ ଏସ୍ ଇ ସିଧା କେନ୍ଦୁଝର ରୁ କଟକ ନଯାଇ ଯାଯପୁର ଵାଟେ କାହିଁକି ଯାଉଥିଲେ ଏବଂ ଆଉ କେଉଁ କେଉଁ ଠିକାଦାର ଙ୍କ ଠାରୁ ଟଙ୍କା ଆଦାୟ ର ଉଦେଶ୍ୟ ଥିଲା କି ନାହିଁ ତାହା ତଦନ୍ତ ପରିସରଭୁକ୍ତ ହେଵାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.