Tuesday , October 19 2021
Breaking News
Home / ତାଜା ଖବର / ବିଧାୟକ ମୋହନ ଚରଣ ମାଝିଙ୍କ ଗାଡି ଉପରକୁ ବୋମାମାଡ- ଗାଡ଼ିର ଅଳ୍ପକିଛି କ୍ଷତି ହୋଇଥିବାବେଳେ ବିଧାୟକ ସୁରକ୍ଷିତ

ବିଧାୟକ ମୋହନ ଚରଣ ମାଝିଙ୍କ ଗାଡି ଉପରକୁ ବୋମାମାଡ- ଗାଡ଼ିର ଅଳ୍ପକିଛି କ୍ଷତି ହୋଇଥିବାବେଳେ ବିଧାୟକ ସୁରକ୍ଷିତ

କେନ୍ଦୁଝର,୧୦/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦୁଝର ଟାଉନ ଥାନା ମାଣ୍ଡୁଆ ଅରଡେଇ ନଦୀ ନିକଟରେ ବିଧାୟକ ତଥା ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ଗାଡି ଉପରକୁ ବୋମାମାଡ ହୋଇଛି । ଗାଡ଼ିର ଅଳ୍ପକିଛି କ୍ଷତି ହୋଇଥିବାବେଳେ ବିଧାୟକ ସୁରକ୍ଷିତ ଅଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ଏକ ମୋଟର ସାଇକଲରେ ଆସି ବୋମାମାଡ କରି ଫେରାର୍ ହୋଇଯାଇଥିବା ସୂଚନା । ବିଧାୟକ ଏକ ବୈଠକରୁ ଘରକୁ ଫେରୁଥିବା ବେଳେ ଜଣେ ପିଲା ହାତରେ ଦୁଇଟି ବମ ଧରି ଗାଡ଼ି ସମୁଖକୁ ହଠାତ ଆସି ଗାଡ଼ି ଉପରକୁ ଗୋଟିଏ ବୋମା ଫିଙ୍ଗିଥିଲା । ପରେ ଅଙ୍ଗରଖି ଓ ଡ୍ରାଇଭର ଗାଡି ରୁ ଓହ୍ଲାଇ ବାରୁ ପୁଣିଥରେ ଅନ୍ୟ ଏକ ବୋମା ବିଧାୟକଙ୍କ ଗାଡ଼ି ଉପରକୁ ଫୋପାଡ଼ି ଦୃଢ ଗତିରେ ନରଣପୁର ରେଲୱେ ଷ୍ଟେସନ ଆଡ଼େ ପଳାଇ ଯାଇଥିଲେ । ମୋହନଙ୍କ ଗାଡ଼ି ତାଙ୍କୁ ପିଛା କରିଥିଲେ ସୁଧା ଅଣଓସାରିଆ ରାସ୍ତାର ସୁଯୋଗ ନେଇ ସେମାନେ ଖସି ଯିବାରେ ସଫଳ ହୋଇଥିଲେ । ବିଧାୟକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦି କରି ଦୁର୍ବୁତ କୁ ଧରିବାକୁ ଚେଷ୍ଟା ଜାରି ରଖିଛି । ଆଜି ମଧ୍ୟାହ୍ନରେ କେନ୍ଦୁଝର ବିଧାୟକ ମୋହନ ମାଝିଙ୍କ ଉପରକୁ ହୋଇଥିବା ବୋମା ମାଡ଼ ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଏ ସମ୍ପର୍କରେ ବିଧାୟକ ମାଝି କହିଛନ୍ତି ଯେ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା । ବିଧାୟକ ମାଝି କହିଛନ୍ତି ଯେ ଆଜି ଦିନ ୧୧ଟା ବେଳେ ସେ ମଣ୍ଡୁଆସ୍ଥିତ ଶିକ୍ଷା ବିକାଶ ସମିତି ଅଫିସଠାରେ ଅନୁଷ୍ଠିତ ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ୟ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ଯାଇଥିଲେ । ବୈଠକସାରି ଫେରୁଥିବାବେଳେ ୧୨ଟା ବେଳେ ଦୁଇଜଣ ଯୁବକ ଏକ ବାଇକରେ ଆସି କାର ଉପରକୁ ଦୁଇଟି ବୋମା ଫିଙ୍ଗିବା ସହ ପିସ୍ତଲ ଦେଖାଇଥିଲେ । ତେବେ ବିଧାୟକଙ୍କ ସୁରକ୍ଷା କର୍ମୀ ନିଜ ବନ୍ଧୁକ ସହ ସେମାନଙ୍କୁ ଗୋଡ଼ାଇବା ପରେ ସେମାନେ ପଳାଇଯାଇଥିଲେ । ରାଜନୈତିକ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଥିବା ସେ କହିଛନ୍ତି । ବିଜୁ ଜନତା ଦଳର ଜଣେ ଆଗଧାଡ଼ିର ନେତା ତାଙ୍କୁ ଧମକ ଦେଇଥିଲେ ବୋଲି ସେ କହିଛନ୍ତି । ଏହି ଘଟଣାକୁ ନେଇ ରାସ୍ତା ଅବରୋଧ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଷ୍ପଷ୍ଟ ଦିବାଲୋକ ରେ ବନ୍ଧୁକ ଦେଖାଇ ଉତ୍କର୍ଷ ସ୍ମଲ ଫାଇନାନସ ବ୍ୟାଙ୍କ ରୁ ଲୁଟ

ସାଲେପୁର,୧୮/୧୦/୨୦୨୧(ଓଡିଶା ସମାଚାର/ ଅଭୟ ଜେନା) – ଦିନ ଦୁଇ ପ୍ରହରରରେ କଟକ ଜିଲ୍ଲା ସାଲେପୁର ମାଛୁଆତି ବଜାର ନିକଟ ଏକ …

Leave a Reply

Your email address will not be published. Required fields are marked *