Wednesday , October 20 2021
Breaking News
Home / ତାଜା ଖବର / ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ନିଖୋଜ ବଡ଼ ପୁଅ ର ମୃତ ଦେହ ଏକ ପୋଖରୀ ରୁ ଉଦ୍ଧାର – ହତ୍ୟା ସନ୍ଦେହ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ନିଖୋଜ ବଡ଼ ପୁଅ ର ମୃତ ଦେହ ଏକ ପୋଖରୀ ରୁ ଉଦ୍ଧାର – ହତ୍ୟା ସନ୍ଦେହ

ଭୁବନେଶ୍ୱର,୧୦/୧୦/୨୦୨୧(ଓଡ଼ିଶା ସମାଚାର)-ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ନିକଟସ୍ଥ ମା ନମନକଣି ପୋଖରୀରୁ ବରିଷ୍ଠ ସାମ୍ବାଦିକ ତଥା ଦୈନିକ ‘ନିର୍ଭୟ’ର ସଂପାଦକ ନବୀନ ଦାସଙ୍କ ବଡ଼ ପୁଅ ପୁଅ ମନୀଷ ଅନୁରାଗ ଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ଠାରୁ ସେ ନିଖୋଜ ଥିଲେ । ନିଖୋଜ ନେଇ ଇନଫୋସିଟି ଥାନାରେ ଅଭିଯୋଗ ହୋଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏ ନେଇ କମିସନରେଟ୍ ପୁଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି। ତାଙ୍କର ବୟସ ମାତ୍ର ୩୦ ବର୍ଷ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ପୁଅ ମନୀଷ ଅନୁରାଗଙ୍କୁ ତାଙ୍କ ଶ୍ରୀବିହାରସ୍ଥିତ ବାସଭବନରୁ କିଛି ଯୁବକ ନେଇଆସି ମାରପିଟ କରିଥିଲେ। ଏ ନେଇ ମନୀଷ ଫୋନ କରି ସୂଚନା ଦେଇଥିଲେ ବୋଲି ଜଣାପଡ଼ିଛି। ସେ ତାଙ୍କ ବାପାଙ୍କୁ ମଧ୍ୟ ‘ର୍ନିଭୟ’ ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ। ଆସନ୍ତା ମାସରେ ତାଙ୍କର ବାହାଘର ସ୍ଥିର ହୋଇଥିଲା। ସ୍ଥାନୀୟ ଗ୍ରାମବାସୀ ପ୍ରଥମେ ମୃତଦେହଟିକୁ ଭାସୁଥିବାର ଦେଖିଥିଲେ । ପରେ ଏନେଇ ତମାଣ୍ଡୋ ପୋଲିସ୍କୁ ସୂଚନା ଦିଆଯାଇଥିଲା । ଯୁବକଙ୍କୁ କେହି ହତ୍ୟା କରି ପୋଖରୀରେ ପକାଇ ଦେଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି। ପୋଖରୀ ରୁ ମୃତଦେହ ଉଦ୍ଧାର କରାଯାଇ ବ୍ୟବଛେଦ ପାଇଁ ଏମସ ହସପିଟାଲକୁ ପଠାଯାଇଛି । ଓଡ଼ିଶା ସମାଚାର

About admin

Check Also

ଷ୍ପଷ୍ଟ ଦିବାଲୋକ ରେ ବନ୍ଧୁକ ଦେଖାଇ ଉତ୍କର୍ଷ ସ୍ମଲ ଫାଇନାନସ ବ୍ୟାଙ୍କ ରୁ ଲୁଟ

ସାଲେପୁର,୧୮/୧୦/୨୦୨୧(ଓଡିଶା ସମାଚାର/ ଅଭୟ ଜେନା) – ଦିନ ଦୁଇ ପ୍ରହରରରେ କଟକ ଜିଲ୍ଲା ସାଲେପୁର ମାଛୁଆତି ବଜାର ନିକଟ ଏକ …

Leave a Reply

Your email address will not be published. Required fields are marked *