କେନ୍ଦ୍ରାପଡ଼ା, ୧୦/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ରବିବାର ୨୬ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି ବ୍ଲକରେ ଜଣେ କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶ ବ୍ଲକରେ ୪ଜଣ, ଗରଦପୁର ବ୍ଲକରେ ଜଣେ, କେନ୍ଦ୍ରାପଡା ବ୍ଲକରେ ୭ଜଣ, ମହାକାଳପଡା ବ୍ଲକରେ ୩ଜଣ, ମାର୍ଶାଘାଇ ବ୍ଲକରେ ୪ଜଣ, ପଟ୍ଟାମୁଣ୍ଡାଇ ବ୍ଲକରେ ଜଣେ ଓ କେନ୍ଦ୍ରାପଡା ପୌରାଂଚଳରେ ୫ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର