Tuesday , June 6 2023
Breaking News
Home / ବିଶେଷ / କନ୍ଧମାଳ ପୁଲିସ ନିକଟରେ ଜଣେ ମାଓବାଦୀ ଙ୍କ ଆତ୍ମସମର୍ପଣ

କନ୍ଧମାଳ ପୁଲିସ ନିକଟରେ ଜଣେ ମାଓବାଦୀ ଙ୍କ ଆତ୍ମସମର୍ପଣ

ଫୁଲବାଣୀ, ୧୦/୧୦/୨୦୨୧(ଓଡ଼ିଶା ସମାଚାର)- କନ୍ଧମାଳ ପୁଲିସ ନିକଟରେ ଆଜି ଜଣେ ଛତିଶଗଡି ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ରାହୁଲ ମୁସାକି ଓରଫ ପିଣ୍ଟୁ (୨୪)। ରାହୁଲଙ୍କ ନିଜ ଘର ଛତିଶଗଡ଼ ସୁକୁମା ଜିଲ୍ଲାର କାନ୍ତା ଥାନା ଅନ୍ତର୍ଗତ ଜେଗ୍ରୁଗୁଣ୍ଡା ପଞ୍ଚାୟତ ତଲତ ଗ୍ରାମ। ସେ ୨୦୧୫ ମସିହାରେ ଲାଲ ବାହିନୀର ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନରେ ଯୋଗ ଦେଇଥିଲେ। ପରେ ୨୦୧୭ ମସିହାରୁ କେକେବିଏନ ସଂଗଠନର ସଦସ୍ୟ ଭାବେ କନ୍ଧମାଳ ଜିଲ୍ଲାରେ ରହି ମାଓବାଦୀ କାର୍ୟ୍ୟକଳାପରେ ଲିପ୍ତ ଥିଲେ। ଗତ ବର୍ଷମାନଙ୍କରେ ଜିଲ୍ଲାରେ ଘଟିଥିବା ଅନେକ ମାଓବାଦୀ ଘଟଣାରେ ତାଙ୍କର ସଂପୃକ୍ତି ଥିବା ପୁଲିସ ଅନୁମାନ କରୁଛି। ରାହୁଲ ଆଜି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ବିନିତ ଅଗ୍ରଓ୍ବ।ଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀଙ୍କ କାର୍ୟ୍ୟକଳାପକୁ ଜନବିରୋଧୀ ବୋଲି ଆତ୍ମସମର୍ପଣ କରିବା ପରେ କହିଛନ୍ତି । ମାଓ ସଂଗଠନର ଜନ ବିରୋଧୀ କାର୍ୟ୍ୟ ପ୍ରତି ବିମୁଖ ହୋଇ ସେ ଲାଲବାହିନୀ ତ୍ୟାଗ କରିଥିବା ପ୍ରକାଶ କରିଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ଜନହିତକର କାର୍ୟ୍ୟ ଓ ମୂଖ୍ୟସ୍ରୋତକୁ ଆସୁଥିବା ମାଓବାଦୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜରେ ଆକର୍ଷିତ ହୋଇ ସେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ସରକାରଙ୍କ ଯୋଜନା ଅନୁଯାୟୀ ତାଙ୍କୁ ସମସ୍ତ ସୁବିଧା ଓ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଏସପି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.