Friday , August 12 2022
Home / ବିଶେଷ / ଉତ୍ଳମଣିଙ୍କୁ ଗୌଣ କରାନଯାଉ – ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି

ଉତ୍ଳମଣିଙ୍କୁ ଗୌଣ କରାନଯାଉ – ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି

ଭୁବନେଶ୍ୱର,୧୦/୧୦/୨୦୨୧(ଓଡ଼ିଶା ସମାଚାର)- ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ତରଫରୁ ଏହାର ପ୍ରାକ୍ତନ ସଭାପତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଗୋପବନ୍ଧୁ ଛକରେ ଥିବା ଉକ୍ତ ବିଶିଷ୍ଟ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ନିକଟବର୍ତୀ ନୂଆଗାଁ ଠାରେ ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅ୍ୟକ୍ଷତା ଏବଂ ସାଧାରଣ ସମ୍ପାଦକ ଡ଼ା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବକ୍ତାମାନେ ଗୋପବନ୍ଧୁଙ୍କ ଗୁଣାବଳୀ ବର୍ଣ୍ଣନା କରି ତାଙ୍କ ରାଜନୈତିକ ଓ ସାରସ୍ୱତ ପ୍ରତିଭା ତଥା ତ୍ୟାଗ ପୂତ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାମାନ ଉପସ୍ଥାପନ କରିଥିଲେ । ବିଶେଷ କରି ସଂପ୍ରତି ଝାଡ଼ଖଣ୍ଡ ରାଜ୍ୟରୁ ଓଡ଼ିଆ ଭାଷା ଉଚ୍ଛେଦ କରାଯିବା ପାଇଁ ଚାଲିଥିବା ହୀନ ଉଦ୍ୟମ ତାଙ୍କ ଚିନ୍ତାଧାରା ଏବଂ ଅତୀତ କୃତି ଓ କୀର୍ତୀର ଘୋର ପରିପନ୍ଥୀ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ତେଣୁ ତାଙ୍କୁ ସମ୍ମାନ ଦେବାକୁ ହେଲେ ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ଉଚ୍ଛେଦ ସଂକ୍ରାନ୍ତ ସମସ୍ତ ପ୍ରଚେଷ୍ଟାକୁ ସବୁମତେ ବ୍ୟର୍ଥ କରିବା ଦିଗରେ ଉତ୍କଳ ସମ୍ମିଳନୀ ପ୍ରାଣପାତ ସଂଗ୍ରାମ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେବାକୁ ଏହି ସଭାରେ ନିଷ୍ପତିି ନିଆଯିବା ସହ ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁରଠାରେ ସ୍ଥାପିତ ଏହି ଜାତୀୟ ସ୍ତରର ନେତାଙ୍କ ପ୍ରତିମୂର୍ତି ନିକଟରେ ସମତୁଲ୍ୟ ପ୍ରତିଭା ଭାବରେ ଅନ୍ୟ ପ୍ରତିମୂର୍ତି ବସାଇ ଉକ୍ତ ପୁଣ୍ୟାତ୍ମାଙ୍କ ଗୁରୁତ୍ୱକୁ ଗୌଣ କରାଇବା ଦିଗରେ ଚାଲିଥିବା ପ୍ରଚେଷ୍ଟା ଯେତେ ଶୀଘ୍ର ସମ୍ଭବ ବନ୍ଦ କରିବାକୁ ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇଛି । ନଚେତ୍ ଏହା ଭବିଷ୍ୟତରେ ଏକ ବିବାଦୀୟ ପରମ୍ପରା ସୃଷ୍ଟିକରି ପୂଜ୍ୟପୂଜାରେ ବ୍ୟାଘାତ ସୃଷ୍ଟି କରିପାରେ ବୋଲି ସମ୍ମିଳନୀ ପକ୍ଷରୁ କୁହାଯାଇଛି । ଆଜି ଏହି ବୈଠକରେ ରାଜ୍ୟର ଜ୍ୱାଳାମୁଖୀ ସୀମା ସମସ୍ୟା ନେଇ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାପୂର୍ବକ ଉକ୍ତ ସମସ୍ୟାର ସମାଧାନ ଦିଗରେ ତ୍ୱରାନ୍ୱିତ ପଦକ୍ଷେପ ନେବାକୁ ମଧ୍ୟ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି ।
ଏହି ସ୍ମୃତି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର (ଡା.) କାଶୀନାଥ ରଥ, ଡ଼ା. ବାନମ୍ବର ପରିଡ଼ା, ପଠାଣୀ ଜେନା, ତ୍ରିନାଥ ସାମନ୍ତରାୟ, ଇଂ. ସତ୍ୟଜିତ୍ ନାୟକ, ସନ୍ତୋଷ କୁମାର ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର, ଇଂ. ନିଖିଳ ପ୍ରସାଦ ଦାଶ, ବିଜୟ କୁମାର ସାହୁ, ଯୁଗଳ କିଶୋର ନାୟକ, ବିଷ୍ଣୁ ପ୍ରସାଦ ସାହୁ, ବୈରାଗୀ ସେଠୀ, ଜୟକୃଷ୍ଣ ବେହେରା, ଅନନ୍ତ ଚରଣ ରଣା ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ଇଂ ସତ୍ୟଜିତ୍ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳଭଣ୍ଡାରର ୨୦ ଟି ଗେଟ୍ ଖୋଲା

ସମ୍ବଲପୁର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୬ ଟି ଗେଟ୍ ଖୋଲାଯାଇଛି। ଆଜି ସକାଳେ ୪ଟି ଗେଟ ଖୋଲିଥିଲା …

Leave a Reply

Your email address will not be published.