Tuesday , August 16 2022
Breaking News
Home / ବିଶେଷ / ଇନ୍ଦୁପୁର ପାୟଲ ମୁ୍ୟଜିକସ୍କୁଲ ପାଇଲା ପ୍ରକୃତିମିତ୍ର ପୁରସ୍କାର

ଇନ୍ଦୁପୁର ପାୟଲ ମୁ୍ୟଜିକସ୍କୁଲ ପାଇଲା ପ୍ରକୃତିମିତ୍ର ପୁରସ୍କାର

କେନ୍ଦ୍ରାପଡା, ୧୦/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁରର ‘ପାୟଲ ମୁ୍ୟଜିକ  ସ୍କୁଲ’ କେନ୍ଦ୍ରାପଡା ବ୍ଲକ ପାଇଁ୨୦୨୧ ମସିହାର ପ୍ରକୃତିମିତ୍ର ପୁରସ୍କାର ପ୍ରାପ୍ତ ହୋଇଛି । ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଜଙ୍ଗଲ, ବନ୍ୟପ୍ରାଣୀ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦର ସଂରକ୍ଷଣ  ପାଇଁ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଓ ସର୍ବସାଧାରଣଙ୍କ ସହଯୋଗରେ ବ୍ୟାପକ ବୃକ୍ଷରୋପଣ କରି ସମୃଦ୍ଧ ପରିବେଶ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଓଡିଶା ସରକାର ପ୍ରତିବ୍ଲକରେ ଗୋଟିଏ ଗୋଟିଏ ଅନୁଷ୍ଠାନକୁ ପ୍ରକୃତିମିତ୍ର ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରିଥାନ୍ତି । ଚଳିତ ବର୍ଷ ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଶିକ୍ଷାନୁଷ୍ଠାନ ପାୟଲ ମୁ୍ୟଜିକ ସ୍କୁଲ ଏହି ପ୍ରକୃତିମିତ୍ର ପୁରସ୍କାର ପାଇଛି । ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ରାଜନଗର ବନଖଣ୍ଡ ଅଧିକାରୀ ଡଃ. ଯଜ୍ଞଦତ ପତି ଓ ସହକାରୀ ବନ ସଂରକ୍ଷକ ବିରଂଚି ନାରାୟଣ ସାମଲ ଯୋଗଦେଇଥିଲେ । ପ୍ରକୃତିମିତ୍ର ପୁରସ୍କାରକୁ ପାୟଲ ମୁ୍ୟଜିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ ଗ୍ରହଣ କରିଥିଲେ । ଆହୁରି ଆଗକୁ ବ୍ୟାପକ ନୂତନ ଜଙ୍ଗଲ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଥିବା ଶ୍ରୀ ସାମଲ ଏହି ସଭାରେ ଘୋଷଣା କରିଥିଲେ । ପ୍ରକୃତିମିତ୍ର ପୁରସ୍କାର ପାଇଥିବାରୁ ପାୟଲ ମୁ୍ୟଜିକସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉଲ୍ଲସିତ ହୋଇପଡିଛନ୍ତି ।   ଓଡ଼ିଶା ସମାଚାର

About admin

Check Also

ଅପରାହ୍ନରେ ହୀରାକୁଦ ଜଳ ଭଣ୍ଡାରର ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି

ଭୁବନେଶ୍ୱର,୧୬/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଜଳସ୍ଥର ବଢ଼ିବାରେ ଲାଗିଛି । ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ଥର ୬୨୬.୦୮ …

Leave a Reply

Your email address will not be published.