ପାରାଦୀପ,୦୯/୧୦/୨୦୨୧(ଓଡ଼ିଶା ସମାଚାର)- ଶନିବାର ଦିନ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ୍ ପରିସରରେ ୭ମ ପାରଦୀପ ମର୍ଣ୍ଣିଙ୍ଗ କ୍ଲବ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ପାରାଦୀପ ବନ୍ଦରର ମୁଖ୍ୟ ଅର୍ଥପରାମର୍ଶଦାତା ତଥା ଗୋପବନ୍ଧୁ କ୍ରୀଡା ସଂସଦର ସଭାପତି ଧର୍ମେନ୍ଦ୍ର ନାଥ ସୋନ୍ଧି ଯୋଗଦେଇ ଏହି ଟୁର୍ଣ୍ଣାମେଂଟ କୁ ଉଦଘାଟନ୍ କରିଥିଲେ । କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡା. ଦୂର୍ଗା ପ୍ରସାଦ ସେଠୀ, ଡେପୁଟି କନଜରଭେଟର୍ ଅଲେଖ ଚନ୍ଦ୍ର ସାହୁ,ଡେପୁଟି ଏଫ୍.ଏ.ଆଣ୍ଡ ସିଏଓ ରୁନ୍ଦ୍ର ନାରୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ କ୍ଲବ୍ ର ସଭାପତି ରବିନ୍ଦ୍ର କୁମାର ଦାସ । ଦୁଇ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ରେ ମୋଟ୍ ୪ ଗୋଟି ଦଲ ଅଂଶଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଂଟ ସରକାରଙ୍କ ଆଦର୍ଶ କୋଭିଡ୍ ଗାଇଡ୍ ଲାଇନ୍ ପାଳନ ସହିତ ଆହୋଜିତ ହେଉଥିବା ଆୟୋଜକଙ୍କ ଠାରୁ ପ୍ରକାଶ । ଓଡ଼ିଶା ସମାଚାର