କଟକ ସଦର, ୦୯/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ନିର୍ଵାଚନରେ ପଛୁଆବର୍ଗଙ୍କ ପାଇଁ ଅଧିକ ଆସନ ସଂରକ୍ଷଣ ପାଇଁ ରାଜ୍ୟ ସରକାର ସ୍ୱପ୍ନ ଦେଖିଥିବା ଵେଳେ ଏଵେ ତାହା ଦିଵା ସ୍ୱପ୍ନ ରେ ପରିଣତ ହୋଇଛି।ସଂରକ୍ଷଣ ଚିଠା ତାଲିକା ପ୍ରକାଶିତ ହେଵା ପରେ ପଛୁଆ ନିରାଶ ହୋଇଛନ୍ତି। ଏଥିପାଇଁ ‘ଓଡିଶା ସମାଚାର‘ରେ ପ୍ରକାଶିତ ଖଵରର ପୂର୍ବାନୁମାନ ସତ ହୋଇଛି। ସରକାର ପଛୁଆବର୍ଗ ଙ୍କ ପାଇଁ ତ ଅଧିକ ଆସନ ଦେଲେ ନାହିଁ ହେଲେ ୨୦୧୭ ରେ ଥିଵା ଆସନକୁ ୨୦୨୨ ପାଇଁ କମାଇ ଦେଲେ। ଉଦାହରଣ ସ୍ୱରୂପ ସଦର ବ୍ଲକ ରେ ୨୦୧୭ ରେ ଥିଵା ସରପଞ୍ଚ ଆସନ ୭ ଥିବା ଵେଳେ ୨୦୨୨ ତାହା ୪ ହୋଇଛି। ସେହିପରି ୨୦୧୭ ରେ ସମିତିସଭ୍ୟ/ସଭ୍ୟା ଆସନ ୭ ଥିଵା ଵେଳେ ୨୦୨୨ ପାଇଁ ୩ ହୋଇଛି। ଏଥିପାଇଁ ଆଶାୟୀ ପଛୁଆବର୍ଗ ଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଓଡ଼ିଶା ସମାଚାର