Wednesday , October 27 2021
Breaking News
Home / ବିଶେଷ / ପେଟ୍ରୋଲ୍ ର ଅହେତୁକ ଦର ବୃଦ୍ଧି- ସାଇକେଲ୍ କୁ ଆପଣେଉଛନ୍ତି ଜନତା

ପେଟ୍ରୋଲ୍ ର ଅହେତୁକ ଦର ବୃଦ୍ଧି- ସାଇକେଲ୍ କୁ ଆପଣେଉଛନ୍ତି ଜନତା

ପାରାଦୀପ,୦୯/୧୦/୨୦୨୧(ଓଡ଼ିଶା ସମାଚାର)-  ଦିନ କୁ ଦିନ ପେଟ୍ରୋଲ୍ ଓ ଡିଜେଲ୍ ର ଅହେତୁକ ଦରବୃଦ୍ଧି ସାଧାରଣ ଜନତାଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲାଣି । ଗତ ଦୁଇବର୍ଷ ହେଲାଣି ମହାମାରୀ କରୋନାର ମାଡ ରେ ରୋଜଗାର ହରେଇଥିବା ସାଧାରଣ ଜନତା ଦରଦାମ ର ଅହେତୁକ ବୃଦ୍ଧିକୁ ସାମ୍ମନା କରୁଛନ୍ତି । କରୋନାର ମୁକାବିଲା କରୁଥିବା ଲୋକମାନେ କରୋନା ସମୟରେ ନିଜର ପରିବାରର ବୋଝ ବୋହିବା ଅସମ୍ଭବ ହୋଇଛି । କରୋନା କଟକଣା ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଦେଲେ ପ୍ରାୟତଃ ଅନ୍ୟ ସବୁ ଦୋକାନ ବନ୍ଦ ରହିଥିଲା । ବିଭିନ୍ନ ଶିଳ୍ପସଂସ୍ଥାରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ କରୋନା କଟକଣା ସାମାନ୍ୟ କୋହଳ ହେବା ପରେ ଟିକେ ଅନ୍ଟା ସଳଖୁ ଥିବା ବେଳେ ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ର ଅହେତୁକ ଦରବୃଦ୍ଧି ବୋଝ ଉପରେ ନଳିତା ବିଡା ହେଲାଣି । ଏପରି ସମୟରେ ନିଜ ନିଜ ଗାଡିରେ ତେଲ ପକେଇବା ସେମାନଙ୍କୁ ବହୁତ ବାଧୁଥିବା ନେଇ ଲୋକମାନେ ଅନୁଭବ କଲେଣି । ପାରାଦୀପ ଏକ ଠିକା ସଂସ୍ଥା ଅଧିନରେ କାମ କରୁଥିବା ମାନସ କୁମାର ମହାନ୍ତି ତେଳର ଦୈନିକ ଦରବୃଦ୍ଧିରେ ହାରାଶ ହୋଇ ଏକି ନୂଆ ସାଇକେଲ୍ କିଣିଛନ୍ତି । ଏ ସଂପର୍କରେ ପଚାରିବାରୁ ଶ୍ରୀ ମହାନ୍ତି କହିଛନ୍ତି ଯେ, ବର୍ତର୍ମାନ ଦୁଇଚକିଆ ଯାନରେ ତେଲ ପକାଇ ଯିବା କଷ୍ଟକର ବ୍ୟାପାର ହେଲାଣି । ତେଣୁ ବାଧ୍ୟ ହୋଇ ନୂଆ ସାଇକେଲଟିଏ କିଣି କାର୍ଯ୍ୟ କ୍ଷେତ୍ରକୁ ଯିବା ଆସିବା ପାଇଁ ଉଚିତ୍ ମନେକଲି । ଏହାଦ୍ୱାରା ଆର୍ଥିକ ବୋଝରୁ କିଛି ମାତ୍ରାରେ ମୁକ୍ତି ମିଳିବ ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *