Tuesday , June 6 2023
Breaking News
Home / ତାଜା ଖବର / ଦୂର୍ଘଟଣାରେ ଯୁବକ ଗୁରୁତର

ଦୂର୍ଘଟଣାରେ ଯୁବକ ଗୁରୁତର

ଗରଦପୁର ,୦୯/୧୦/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ ଚକ ବାହାକୁଦ ଗ୍ରାମର ଉମେଶ ଚନ୍ଦ୍ର ସାମଲ (୩୫) ଓଡ଼ିଶ କାଳିଗଡ଼ା ନିକଟସ୍ଥ ନଦୀ ବନ୍ଧରେ ଦୂର୍ଘଟଣାଗ୍ରସ୍ତ ହୋଇଛନ୍ତି ।  ଉମେଶ ପୁନ୍ଦାଳରୁ ନିଜ କାମ ସାରି ଘରକୁ ଫେରୁଥିବାବେଳେ ପୁନ୍ଦାଳ ଆଖୁଆ ଚିତ୍ରୋପôଳା ନଦୀ ବନ୍ଧ ର ପିଚୁ ରାସ୍ତାରେ ନିଜ ବାଇକ୍ ରେ ଯାଉଥିବାବେଳେ ରାସ୍ତା କଡ଼ରେ ବନ୍ଧା ଯାଇଥିବା ଏକ ଗୋରୁ ଦଉଡ଼ି ସହ ପସିଆସିଥିଳା । ଦଉଡ଼ିରେ ଗୁଡ଼େଇ ହୋଇ ଉମେଶ ବାଇକ୍ ରୁ ଛିଟିକି ପଡ଼ିଥିଲେ । ଉମେଶଙ୍କର ଡ଼ାହାଣ ଗୋଡ଼ ଆଣ୍ଠୁ ତଳକୁ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଦୂର୍ଘଟଣା ଖବର ପାଇ ଗରଦପୁର ଅଗ୍ନୀଶମ ବିଭାଗ ସେଠାରେ ପହଂଚି ଗୁରୁତର ଅବସ୍ଥାରେ ଥିବା ଉମେଶଙ୍କୁ ଉଦ୍ଧାର କରି ପାଟକୁରା ମେଡ଼ିକାଲ କୁ ନେଇଥିଲେ । ସେଠାରେ ତାଙ୍କର ଆଶୁ ଚିକିତ୍ସା କରାଯିବା ପରେ ଉମେଶଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଉମେଶ ଙ୍କ ବାଇକ୍ ଟି ମଧ୍ୟ ଭାଙ୍ଗିଯାଇଛି । ଉମେଶଙ୍କର ପାଟକୁରା ରେ ଏକ ଚପଲ ଦୋକାନ ରହିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.