Wednesday , October 5 2022
Home / ରାଜନୀତି / ଦୁର୍ଗାପୂଜା ସମୟରେ ବିଜୁଳି କାଟ ନ କରିବାକୁ ଶକ୍ତିମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି

ଦୁର୍ଗାପୂଜା ସମୟରେ ବିଜୁଳି କାଟ ନ କରିବାକୁ ଶକ୍ତିମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି

ଭୁବନେଶ୍ୱର,୦୯/୧୦/୨୦୨୧(ଓଡ଼ିଶା ସମାଚାର)- ଆଉ ଦୁଇତିନି ଦିନ ପରେ କୋଭିଡ଼ କଟକଣା ଭିତରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ବହୁ ପୂଜାମଣ୍ଡପ ଓ ଗାଁ ଗହଳିର ମଣ୍ଡପ ଗୁଡ଼ିକରେ ବିଦୁ୍ୟତ ବିଭାଗଠାରୁ ଆବଶ୍ୟକୀୟ ଅନୁମତି ନିଆଯାଇ ବିଦୁ୍ୟତ୍ ସଂଯୋଗ କରାଯାଇଛି । ସହରରେ ଆଜି ମଧ୍ୟ ବିଦୁ୍ୟତ୍ କାଟ ଲାଗି ରହିଛି । ପୂଜା ସମୟରେ ବିଦୁ୍ୟତ୍ ବ୍ୟବହାର ବହୁ ଅଧିକ ପରିମାଣରେ ବୃଦ୍ଧି ପାଇବ । ତେଣୁ ଘନ ଘନ ବିଜୁଳି କାଟର ଆଶଙ୍କା ଦେଖାଦେଇପାରେ । ଏଣୁ ସମାଜବାଦୀ ପାର୍ଟି, ଓଡ଼ିଶା ରାଜ୍ୟ କମିଟି ତରଫରୁ ଆପଣଙ୍କୁ ନିବଦେନ କରୁଅଛୁକି, ଜନସାଧାରଣଙ୍କର ସ୍ୱାର୍ଥକୁ ଆଖି ଆଗରେ ରଖି ପୂଜା ସମୟରେ ବିଦୁ୍ୟତ୍ କାଟକୁ ବନ୍ଦ ରଖିବା ପାଇଁ ଆପଣ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ବିଜୁଳି କମ୍ପାନୀଗୁଡ଼ିକୁ ଡ଼ାକି ଏକ ଜରୁରୀ ବୈଠକ କରିବା ସହିତ ବିଜୁଳି ବିଭାଗରେ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ପାଇଁ ଏକ ୨୪ ଘଂଟିିଆ ପ୍ରକୋଷ୍ଠ ଖୋଲାଯାଉ ଏବଂ ନିର୍ଦ୍ଧିଷ୍ଟ ଭାବରେ ଜଣେ ଯୁଗ୍ମ ସଚିବ / ଅତିରିକ୍ତ ସଚିବଙ୍କୁ ଏହାର ମନିଟରିଙ୍ଗ ଦାୟିତ୍ୱ ଦିଆଯାଉ । ଯଦି କୌଣସି କାରଣରୁ ବିଜୁଳି କାଟ ହୁଏ, ତାହା ଯେପରି ସେଙ୍ଗ ସେଙ୍ଗ ମରାମତି କରି ବିଦୁ୍ୟତ୍ ସଂଯୋଗ ଦିଆଯାଇପାରିବ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଓଡ଼ିଶା ସମାଚାର

Leave a Reply

Your email address will not be published.