Wednesday , January 19 2022
Breaking News
Home / ବିଶେଷ / ଦୁଇ ସାମ୍ବାଦିକଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର-କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାଗତ

ଦୁଇ ସାମ୍ବାଦିକଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର-କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାଗତ

ପାରାଦୀପ,୦୯/୧୦/୨୦୨୧(ଓଡ଼ିଶା ସମାଚାର)-  ସଂପ୍ରତିି ଚଳିତ ବର୍ଷ ନୋବେଲ୍ ଶାନ୍ତି ପୁରସ୍କାର ଫିଲିପାଇନ୍ସ ର ସାମ୍ବାଦିକ ମାରିଆ ରେସା ଏବଂ ରୁଷିଆର ଦିମିତ୍ରୀ ମୁରାତୋଭଙ୍କୁ ମିଳିବ । ସେମାନେ ନିଜ ନିଜ ଦେଶରେ ବାକ୍ ସ୍ୱଧୀନତା ପାଇଁ କରିଥିବା ସାହସୀ ସଂଗ୍ରାମକୁ ସ୍ୱୀକୃତି ଦିଆଯାଇ ନରେଓସ୍ଥିତ ନୋବେଲ୍ କମିଟି ସେମାନଙ୍କୁ ଉକ୍ତ ସମ୍ମାନଜନକ ପୁରସ୍କାର ପାଇଁ ଚୟନ କରିଥବାରୁ ପାରାଦୀପର କାର୍ଯ୍ୟରତ ସାମ୍ବାଦିକମାନେ ଖୁସିବ୍ୟକ୍ତ କରିଛନ୍ତି ।  ସବୁବେଳେ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ସମ୍ବାଦ ସଂଗ୍ରହକୁ ଗୁରୁତ୍ୱ ଦେଇଥାନ୍ତି । ନିଜ ପରିବାର ଘର ସଂସାରକୁ ପଛ କରି ଖବର କୁ ପ୍ରାଧାନ୍ୟ ଦେଇଥାନ୍ତି । ଯୁଦ୍ଧଭୂମି ହେଉକି ପ୍ରାକୃତିକ ବିପର୍ଯ୍ୟୟ ସବୁ ସ୍ଥାନରେ ସାମ୍ବାଦିକମାନେ ଆଗରେ ରହିଥାନ୍ତି । ପୂର୍ବରୁ ୧୯୩୫ ମସିହାରେ ଜର୍ମାନୀର ସାମ୍ବାଦିକ କାର୍ଲ ଭର ଓସିଜିକିଙ୍କୁ ପ୍ରଥମ କରି ନୋବେଲ୍ ଶାନ୍ତି ପୁରସ୍କାର ମିଳିଥିଲା । ଦୀର୍ଘ ୮୫ବର୍ଷ ପରେ ନୋବେଲ୍ କମିଟି ଦୁଇଜଣ ସାମ୍ବାଦିକଙ୍କୁ  ନୋବେଲ୍ ପୁରସ୍କାର ପାଇଁ ଚୟନ କରିଥିବାରୁ ପାରାଦୀପର କାର୍ଯ୍ୟରତ ଶଶାଙ୍କ ଶେଖର ଆଚାର୍ଯ୍ୟ, ସଂଜୟ କୁମାର ମିଶ୍ର, ଅମୀୟ କୁମାର ଦାସ, ରବିନ୍ଦ୍ର କୁମାର ଜେନା, ରାକେଶ ପଟ୍ଟନାୟକ, ଜଗନ୍ନାଥ ଶତପଥି, ଦିପକ କୁମାର ଦାସ, ସଦାନନ୍ଦ ବେହେରା, ବିରଜା ପ୍ରସାଦ ତ୍ରିପାଠୀ, ବିଶ୍ୱନାଥ ବଳ, ରତ୍ନାକର ଜେନା, ବିବେକାନନ୍ଦ ରାଉତ, ରାଜେନ୍ଦ୍ର ଶୁକ୍ଲ ପ୍ରମୁଖ ସ୍ୱାଗତ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୭୯୨ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିବସରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାର …

Leave a Reply

Your email address will not be published. Required fields are marked *