ପାରାଦୀପ,୦୯/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପର ଇଫକୋ ସାରକାରଖାନା ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୨୦୨୦ବର୍ଷ ପାଇଁ କଳିଙ୍ଗ ଏନଭିରୋନମେ ଏକି୍ସଲେନ୍ସ ଆଓାର୍ଡ ଫାଇଭ୍ ଷ୍ଟାର ସମ୍ମାନ ହାସଲ କରିଛି । ଇନଷ୍ଟିଚ୍ୟୁଟ୍ ଅଫ କ୍ୱାଲିଟି ଆଣ୍ଡ ଏନଭିରୋନ୍ ମେଂଟ ମ୍ୟାନେଜମେଂଟ ସର୍ଭିସେସ୍ ପକ୍ଷରୁ ଶନିବାର ଦିନ ଆୟୋଜିତ ସମାରୋହରେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ । ଇଫକୋ ପାରାଦୀପ ୟୁନିଟର ପକ୍ଷରୁ ଜେନେରାଲ ମ୍ୟାନେଜର (ପ୍ରଡକ୍ସନ୍ ଆଣ୍ଡ ଏନଭିରୋନମେଂଟ ଆଣ୍ଡ ସେଫଟି) ଆର.କେ.ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଥିଲେ । ଉତ୍ସବରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚୀବ ଡ.କେ.ମୁରୁଗାନ୍ ଉପସ୍ଥିତ ଥିଲେ । ଇଫକୋ ପାରାଦୀପ ୟୁନିଟ୍ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛି । ପାରାଦୀପ ତଥା ଆଖପାଖ ଅଂଚଳରେ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଆଦି ବହୁବିଧ କାର୍ଯ୍ୟକରିଛି । ଇଫକୋ ସାରକାରଖାନା ପରିସରରେ ବ୍ୟାପକ ବନୀକରଣ କାର୍ଯ୍ୟକରି ପରିବେଶ ସୁରକ୍ଷା କ୍ଷେତ୍ରରେ ବହୁ ସମୟୋପଯୋଗୀ କାର୍ଯ୍ୟକରିସାରିଛି । ଏହି ପୁରସ୍କାର ଶ୍ରେଷ୍ଟ ପରିବେଶ ସୁରକ୍ଷା କମ୍ପାନୀ ଭାବେ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛି । ଓଡ଼ିଶା ସମାଚାର