Friday , September 29 2023
Breaking News
Home / ନିର୍ବାଚନ / କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ

କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ

କଟକ ସଦର, ୦୯/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଵିଗୁଲ୍ ଵାଜି ନଥିଲେ ଵି ଅକ୍ଟୋବର ପ୍ରଥମ ସପ୍ତାହରୁ ସ୍ଥାନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହେଵ ବୋଲି ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ତାହା କାର୍ଯ୍ୟକାରୀ ହୋଇଛି। ତଦନୁଯାୟୀ କଟକ ଜିଲ୍ଲା ପାଳଙ୍କ ପକ୍ଷରୁ ୧୯୬୫ ପଞ୍ଚାୟତ ନିର୍ବାଚନ ରୁଲୁର ଧାରା – ୩ ଓ ୪ ଅନୁସାରେ ଜିଲାର ୧୪ ଗୋଟି ବ୍ଲକ୍ ଅଧ୍ୟକ୍ଷ ଆସନ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି।ସେଥିରେ କଟକ ସଦର ପଞ୍ଚାୟତ ସମିତି ଆସନ ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଵା ଜଣାଯାଇଛି। ସେହିପରି ଜିଲାର ସମସ୍ତ ଜିଲ୍ଲାପରିଷଦ ଆସନର ସଂରକ୍ଷିତ ତାଲିକା ପ୍ରକାଶ ପାଇଥିଵା ଵେଳେ ସଦର ଵ୍ଲକର ୪ ଗୋଟି ଯୋନ୍ ପାଇଁ ତାଲିକା ଜଣାପଡିଛି।ସେଥିରେ ୩ ଗୋଟି ପଞ୍ଚାୟତ କୁ ନେଇ ୪ ନମ୍ଵର ଯୋନ ଆସନ ଅସଂରକ୍ଷିତ ମହିଳା,୬ ଗୋଟି ପଞ୍ଚାୟତ କୁ ନେଇ ୫ ନମ୍ଵର ଯୋନ୍ ତଫସିଲଭୁକ୍ତ ଜାତି, ୬ ଗୋଟି ପଞ୍ଚାୟତ କୁ ନେଇ ୬ ନମ୍ଵର ଯୋନ୍ ଅସଂରକ୍ଷିତ ମହିଳା, ୮ ଗୋଟି ପଞ୍ଚାୟତକୁ ନେଇ ୭ ନମ୍ଵର ଯୋନ୍ ଅସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।ଚିଠା ତାଲିକା ପ୍ରକାଶ ପାଇଵା ପରେ ସଦର ବ୍ଲକ୍ ଅଧ୍ୟକ୍ଷ ପାଇଁ ଅଙ୍କ କଷି କଷି ଫଳକୁ ଅପେକ୍ଷା କରିଥିଵା ଵହୁ ହେଭିùIßଟ୍ ନେତାଙ୍କ ମୁହଁ ଶୁଖିଯାଇଛି।ସେହିପରି ଆଉ ଥରେ ଥରେ ରିପିଟ୍ ହେଵାକୁ ଆଶା ରଖିଥିବା ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟାମାନେ ଵି ଏଥିପାଇଁ ନିରାଶ ହୋଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *