ଗରଦପୁର,୦୯/୧୦/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁର ଗ୍ରାମ ପଂଚାୟତ ରସିଲାବାଦ(ଜିରାଳ) ଠାରେ ଥିବା ପର୍ଯ୍ୟଟନସ୍ଥଳୀ ଶ୍ରୀଶ୍ରୀ କାମେଶ୍ୱର ମହାଦେବଙ୍କ ପୀଠରେ ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ, କେନ୍ଦ୍ରାପଡା ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ କେନ୍ଦ୍ରାପଡା ଜିଲ୍ଲା ଇପିଏଫ୍ ପେନସନର୍ସ ଆସୋସିଏସନର ସଭାପତି ବସନ୍ତ କୁମାର ଦାସ ଅଧ୍ୟକ୍ଷତା କରିଥିବାବେଳେ ଅଲ୍ ଓଡିଶା ପେନସନର୍ସ ଆସୋସିଏସନର ସଭାପତି ରଂଜନ କୁମାର ଖୁଂଟିଆ, ସାଧାରଣ ସଂପାଦକ ଭାଗ୍ୟଧର ବ୍ରହ୍ମା, କୋଅର୍ଡିନେଟର ବିକ୍ରମ ଛୋଟରାୟ, ସଭ୍ୟ ଶରତ ଚନ୍ଦ୍ର ପାଣି, ଓଡିଶା ଉଠାଜଳସେଚନର ଅବସରପ୍ରାପ୍ତ ନିର୍ବାହୀ ନିର୍ଦ୍ଧେଶକ ବିଜୟ କୁମାର ଜେନା, ଜଗତସିଂହପୁର ଜିଲ୍ଲା ଉପ-ସଭାପତି ଭିକାରୀ ଚରଣ ସେନାପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଇପିଏଫ୍ ପେନସନର୍ସ ମାନଙ୍କର ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋକପାତ କରିଥିଲେ । ସରକାର ପେନସନ ଭୋଗୀଙ୍କୁ ସର୍ବନିମ୍ନ ମାସିକ ୯ ହଜାର ଟଙ୍କା ସହ ମହଙ୍ଗା ଭତା ପ୍ରଦାନ, ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଧେଶ ଆଧାରରେ ବର୍ଦ୍ଧିତ ପେନସନ୍ ପ୍ରଦାନ, ସମସ୍ତ ଇପିଏଫ୍ ପେନସନଭୋଗୀଙ୍କୁ ଚିକିତ୍ସା ସୁବିଧା କିମ୍ବା ଆୟୁଷ୍ମାନ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା ସୁବିଧା ପ୍ରଦାନ, ଇପିଏଫ୍ ପେନସନଭୋଗୀ ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁରକ୍ଷା ଯୋଗାଇବା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ଇପିଏଫ୍ ପେନସନର୍ସ ଆସୋସିଏସନର ସାଧାରଣ ସଂପାଦକ ଲୋକନାଥ ରାଉତ ପେନସନ୍ ଭୋଗୀଙ୍କ ବିଭିନ୍ନ୍୍ ସୁବିଧା ଅସୁବିଧା ଉପରେ ବକ୍ତବ୍ୟ ରଖିବା ସହିତ ବୈଠକକୁ ପରିଚାଳନା କରିଥିଲେ । ଏହି ବୈଠକରେ ଓଡିଶା ଉଠାଜଳସେଚନ କର୍ପୋରେସନ, କୋଣାର୍କ ଝୋଟ ମିଲ୍, କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ବଳଦେବଜୀଉ ପାୱାର ଲୁମ୍, ଫରେଷ୍ଟ କର୍ପୋରେସନ ପ୍ରଭୃତି ଅନୁଷ୍ଠାନର ଅବସରପ୍ରାପ୍ତ ଇପିଏଫ୍ ପେନସନଭୋଗୀମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର