Saturday , June 3 2023
Breaking News
Home / ଶିକ୍ଷା / ଉତ୍କଳମଣି ଙ୍କ ପ୍ରତିମୂର୍ତି ଉନ୍ମୋଚନ

ଉତ୍କଳମଣି ଙ୍କ ପ୍ରତିମୂର୍ତି ଉନ୍ମୋଚନ

ଗରଦପୁର, ୦୯/୧୦/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ଜଗନ୍ନାଥପୁର ନୋଡ଼ାଲ ଉପ୍ରା ବିଦ୍ୟାଳୟ ପରିସରରେ ଆଜି ଉତ୍କଳମଣି ଗୋପ ବନ୍ଧୁ ଦାସ ଙ୍କ ଜୟନ୍ତୀ ଅବସରରେ ଉତ୍କଳମରିଙ୍କ ଏକ ଆବକ୍ଷ ପ୍ରତିମୂର୍ତି ଉନ୍ମୋଚିତ ହୋଇ ଯାଇଛି । ବିଦ୍ୟାଳୟ ପରିସରରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶିଶିର କୁମାର ଦାସ ସଭାପତିତ୍ୱ କରିଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଗରଦପୁର ଶିକ୍ଷାଧିକାରୀ ଅଜୟ କୁମାର ସେଠୀ ଓ ସମାଜସେବୀ ଉଦୟନାଥ ଚୌଧୁରୀ ଯୋଗଦେଇ ପ୍ରତିମୂର୍ତି ଉନ୍ମୋଚନ କରିଥିଲେ । ଏଥି ସହିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ସାଧନ କେନ୍ଦ୍ର ସଂଯୋଜକ ପ୍ରଶାନ୍ତ କୁମାର ପ୍ରଧାନ ଓ ସରୋଜକାନ୍ତ ସତପଥି ଯୋଗଦେଇ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଶିକ୍ଷକ ପତିତପାବନ ମିଶ୍ର, ସୁକାନ୍ତ କୁମାର ମେକାପ,କ୍ଷୀରୋଦ କୁମାର ନାୟକ,କମିଟି ସଭାପତି ଅନୁପମା ବାରିକ , ଗଯେନ୍ଦ୍ର ପୃଷ୍ଟି ପ୍ରମୁଖ ବୃକ୍ଷ ରୋପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.