Tuesday , November 30 2021
Breaking News
Home / ବିଶେଷ / ଆଦର୍ଶ ଶିକ୍ଷକଙ୍କ ପରଲୋକ 

ଆଦର୍ଶ ଶିକ୍ଷକଙ୍କ ପରଲୋକ 

ଗରଦପୁର ,୦୯/୧୦/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ପଂଚାୟତସ୍ଥିତ ବଙ୍ଗାରି ଗ୍ରାମର ଜଣେ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ପଂଚାନନ ପ୍ରଧାନ (୭୫) ସାର ଙ୍କର ଗତକାଲି ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଯାଇଛି । ପଂଚାନନ ସାର ଏକଧାରରେ ଜଣେ ଆଦର୍ଶ ଶିକ୍ଷକ,ସମାଜସେବୀ,ବିଭିନ୍ନ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ, ଗ୍ରାମ ମୁରବୀ ଓ ଜଣେ ଆଧ୍ୟାତ୍ମିକବାଦୀ ନ୍ୟାୟବନ୍ତ ବ୍ୟକ୍ତି ଭାବରେ ଅଂଚଳରେ ସୁପରିଚିତ ଥିଲେ । ତଳକୁସୁମା ହାଇସ୍କୁଲ ର ପ୍ରାଣ ପ୍ରତିଷ୍ଠାତା , ଅନ୍ଧବର ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ବିନ୍ଧାଣି ସହ ତଳକୁସୁମା ହାଇସ୍କୁଲ ର ଜଣେ ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ଚାକିରି ରୁ ଅବସର ପରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ରହି ଲୋକମାନଙ୍କୁ ନ୍ୟାୟ ଦେବାରେ ନିଜର ମୁରବି ପଣିଆ ବଜାୟ ରଖିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଶୋକ ପ୍ରକାଶ ପାଇଛି । ଆଧ୍ୟାତ୍ମିକ ଗୁରୁ ବାବା ବଳିଆ , ବରିଷ୍ଠ ନେତା ବିଜୟ ମହାପାତ୍ର, ବିଧାୟିକା ସାବିତ୍ରୀ ଅଗ୍ରୱାଲା,ବରିଷ୍ଠ ସମାଜସେବୀ ପ୍ରାଧ୍ୟାପକ ଅଜୟ ରାଉତ, ଜିଲା ପରିଷଦ ସଦସ୍ୟ ସନ୍ତାଷ ଜେନା,ସରପଂଚ ମମତା ନାୟକ ପ୍ରମୁଖ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ ପୁଅ ଅଶୋକ ମୁଖାଗ୍ନୀ ଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *