Tuesday , October 19 2021
Breaking News
Home / ବିଶେଷ / ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ 

୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ 

ତାରପୁର, ୦୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ମହେଶ୍ୱର ସରକାରୀ ଉଚ ବିଦ୍ୟାଳୟ ପରିସରରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ୨୦୨୧ପାଳିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ବନ ବିଭାଗ କଟକ ବନ ଖଣ୍ଡ ଜଗତସିଂହପୁର ବନାଂଚଳ ପକ୍ଷରୁ ଏହି ସପ୍ତାହକୁ ପାଳନ ଅବସରରେ ସ୍କୁଲ ର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ ସଭାପତିତ୍ୱ କରିଥିଲେ । ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଏସିଏଫ୍ ସୌଭାଗ୍ୟ କୁମାର ସାହୁ ଯୋଗଦେଇ ପରିବେଶ ସନ୍ତୁଳନ ପାଇଁ ବନ୍ୟ ଜନ୍ତୁ ବଂଚି ରହିବା ନିହାତି ଜରୁରୀ ବୋଲି କହିଥିଲେ । ସେମାନଙ୍କୁ ଶିକାର ନକରି ସେମାନଙ୍କ ଜୀବନ ବଂଚାଇବା ଆମର କର୍ତବ୍ୟ ବୋଲି ବନାଂଚଳ ରେଂଜ ଅଫିସର ବଳରାମ ସାହୁ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ପରିବେଶବିତ ଉତ୍କଳ ରଂଜନ ମହାନ୍ତି ଯୋଗଦେଇ ବନ୍ୟଜନ୍ତୁ ବଂଚିଲେ ପରିବେଶ ତିଷ୍ଟିବା ସହିତ ମନୁଷ୍ୟ ସମାଜ ତିଷ୍ଟିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ପଂଚାୟତର ବରିଷ୍ଠ ନାଗରିକ ତଥା ବୁଦ୍ଧିଜିବୀ ଜ୍ଞାନ ରଂଜନ ପଟ୍ଟନାୟକ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ବନ୍ୟଜନ୍ତୁ ସଂରକ୍ଷଣ ସମ୍ପର୍କରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବକୁ ସ୍କୁଲ ର ଏନସିସି ଶିକ୍ଷକ ରାଜକିଶୋର ସାହୁ ଓ ଶିକ୍ଷକ ପ୍ରତାପ କୁମାର ଜେନା ପରିଚାଳନା କରିଥିବାବେଳେ ଶିକ୍ଷକ ଇଲାବନ୍ତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ୯ମ ଓ ୧୦ ଶ୍ରେଣୀର ୫୦ ରୁ ଅଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୫୫୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୮୭ ଜଣ ଶିଶୁ ଆକ୍ରାନ୍ତ – ୪ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୫୫୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *