ଗରଦପୁର,୦୮/୧୦/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ଲୋକନାଥ ମହାବିଦ୍ୟାଳୟ , ନଡ଼ିଆବରେଇ ଉଚ ବିଦ୍ୟାଳୟ ଓ କୋରୁଆ ସରକାରୀ ଉଚ ବିଦ୍ୟାଳୟରେ ଆଜି ସବୁଜ ଶପଥ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଅବସରରେ ଳୋକନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ ପ୍ରଧାନ , ଅଧ୍ୟାପକ କ୍ଷିରୋଦ ପ୍ରସାଦ ନାୟକ, ଅଧ୍ୟାପକ ରମାକାନ୍ତ ପାଣି , ଅଧ୍ୟାପକ ଅନିଲ କୁମାର ଦାସ, ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଗହଣରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ୭୫ ବର୍ଷ ଗାନ୍ଧି ଜୟନ୍ତୀ ଅବସରରେ ପରିବେଶକୁ ସବୁଜ ସୁନ୍ଦର ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ । ସେହିପରି ନଡ଼ିଆବରେଇ ଉଚ ବିଦ୍ୟାଳୟ ସମେତ କୋରୁଆ ସରକାରୀ ଉଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲିକ , ମାଷ୍ଟର ଟ୍ରେନର ଦ୍ୱାରିକାନାଥ ସେନାପତି ଙ୍କ ଉପସ୍ଥିତିରେ ସ୍କୁଲ ପରିସରରେ ଛାତ୍ର ଛାତ୍ରୀମାନେ ଧାଡ଼ିରେ ଛିଡ଼ା ହୋଇ ପରିବେଶ ସୁରକ୍ଷା ଜୀବନ ରକ୍ଷା ଆଦି ବିଭିନ୍ନ ନାରା ଦେବା ସହିତ ପରିବେଶ ସନ୍ତୁଳିତ ରଖିବା ପାଇଁ ପ୍ରତ୍ୟେକ ବୃକ୍ଷ ରୋପଣ କରିବା ପାଇଁ ସବୁଜ ଶପଥ ନେଇଥିଲେ । ଓଡ଼ିଶା ସମାଚାର