Monday , December 6 2021
Breaking News
Home / ବିଶେଷ / ଷ୍ଟାଣ୍ଡିଙ୍ଗ କମିଟି ର ନିର୍ଦ୍ଧେଶକୁ ଟିପିସିଓଡ଼ିଏଲ ଯନ୍ତ୍ରୀମାନେ ମାନୁନାହାନ୍ତି

ଷ୍ଟାଣ୍ଡିଙ୍ଗ କମିଟି ର ନିର୍ଦ୍ଧେଶକୁ ଟିପିସିଓଡ଼ିଏଲ ଯନ୍ତ୍ରୀମାନେ ମାନୁନାହାନ୍ତି

 କେନ୍ଦ୍ରାପଡ଼ା,୦୮/୧୦/୨୦୨୧(ଓଡ଼ିଶା ସମାଚାର)- ବିଧାନସଭାର ବିଦ୍ୟୁତ ବିଭାଗ ଷ୍ଟାଣ୍ଡିଙ୍ଗ କମିଟି ର ନିର୍ଦ୍ଧେଶକୁ ବିଦ୍ୟୁତ ବିଭାଗ ଯନ୍ତ୍ରୀମାନେ ଖାତିର କରୁନାହାନ୍ତି । ବିଦ୍ୟୁତ କାଟ କରିବା ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର କରିବା ପାଇଁ ଷ୍ଟାଣ୍ଡିଙ୍ଗ କମିଟି ଦେଇଥିବା ନିର୍ଦ୍ଧେଶକୁ ଖାତିର ନକରି ଫୁ କରି  ଉଡ଼ାଇ ଦେଉଛନ୍ତି । ବିନା ସୂଚନାରେ ସାରାଦିନ  ପାୱାର କଟ୍ କରାଯାଉଛି । ଗାଁ ଗଣ୍ଡାରେ ପ୍ରଚାର କରିବା ତଃ ଦୂରର କଥା ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏସଏମଏସ ଟିଏ ବି ଦେଉନାହାନ୍ତି । ଏହା ହେଉଛି କେନ୍ଦ୍ରାପଡ଼ା ଜିଲା ଅଧିନସ୍ଥ ଗରଦପୁର ସେକସନ୍ ଅନ୍ତର୍ଗତ ତେଣ୍ଡାକୁଡ଼ା, ବନ୍ତଳା, ତଳକୁସୁମା, ପଳସୁଧା ଆଦି ଚିତ୍ରୋତ୍ପଳା ନଦୀ ର ଅପର ପାଶ୍ୱର୍ରେ ଥିବା ପଂଚାୟତ ର ବିଦ୍ୟୁତ ଯୋଗାଣ ବଷୟ । ବିଦ୍ୟୁତ ବିଭାଗ ଯନ୍ତ୍ରୀ ମାନଙ୍କ ମନମାନୀରେ ଏଠି ବିଦ୍ୟୁତ ଯୋଗାଣ ଚାଲିଛି । ସାରା ଦିନ ବିଦ୍ୟୁତ ଯୋଗାଣ ବିନା ସୂଚନାରେ ବନ୍ଦ ରହିବା ଫଳରେ ଅଂଚଳର ଲୋକମାନେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣ୍ଡାକୁଡ଼ା ଉପଡ଼ାକ ଘରେ ଇ-ମନିଅର୍ଡ଼ର, ସେଭିଙ୍ଗ୍ସ ବ୍ୟାଙ୍କ, ସ୍ପିଡ଼୍ ପୋଷ୍ଟ, ପାର୍ସଲ ଆଦି କାର୍ଯ୍ୟ ହୋଇପାରୁନଥିବାବେଳେ ତେଣ୍ଡାକୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜୀବନ ରକ୍ଷାକାରୀ ଔଷଧ ଓ ଇଂଜେକସନ୍ ନଷ୍ଟ ହେଉଛି । ବିଦ୍ୟୁତ ଉପରେ ନିର୍ଭର କରି ଖୋଲିଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରଖିବାକୁ ବାଧ୍ୟ ହେଉଛନ୍ତି । ମରାମତି କାର୍ଯ୍ୟପାଇଁ ବିଦ୍ୟୁତ ଯୋଗାଣ ବନ୍ଦ କରିବାକୁ କେହି ବିରୋଧ କରୁନାହାନ୍ତି । ହେଲେ ଷ୍ଟାଣ୍ଡିଙ୍ଗ କମିଟି ର ନିର୍ଦ୍ଧେଶ ଅନୁପାଳନ ପୂର୍ବକ ଅନ୍ତତପକ୍ଷେ ବିଦ୍ୟୁତ କାଟ ପୂର୍ବରୁ ଗ୍ରାହକ ମାନଙ୍କୁ ଏସଏମଏସ ପଠାଇ ସୂଚନା ଦେବା ନିହାତି ଦରକାର । ଏଥିପ୍ରତି କେନ୍ଦ୍ରାପଡ଼ା ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *