Saturday , August 20 2022
Breaking News
Home / ବିଶେଷ / ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୪୨ତମ ଶ୍ରାଦ୍ଧୋତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପାଳିତ

ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୪୨ତମ ଶ୍ରାଦ୍ଧୋତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପାଳିତ

ଭୁବନେଶ୍ୱର,୦୮/୧୦/୨୦୨୧(ଓଡ଼ିଶା ସମାଚାର)- ଭାରତବର୍ଷରେ ସମାଜବାଦ ଆନ୍ଦୋଳନର ଭୀଷ୍ମ ପିତାମହ, ସମ୍ପୂର୍ଣ୍ଣ କ୍ରାନ୍ତିର ଜନକ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୪୨ତମ ଶ୍ରାଦ୍ଧୋତ୍ସବ ଆଜି ପ୍ରତୁ୍ୟଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଭୁବନେଶ୍ୱର ରେଳଷ୍ଟେସନ୍ ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତି ସ୍ଥଳୀରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଭାଗର ଶାସନ ସଚିବ, ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ, ନିର୍ଦ୍ଧେଶକ ରଂଜନ କୁମାର ଦାସ, ବିଶିଷ୍ଟ ପାଲା ଗାୟକ ସୁରେନ୍ଦ୍ରନାଥ ଛୋଟରାୟ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ସାମାଜିକ କର୍ମୀ ପ୍ରଭାସ ସାମନ୍ତରାୟ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା, ଜୟ ଓଡ଼ିଶା ଧ୍ୟଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ପୁରୁଷୋତମ ବଳିୟାରସିଂହ, ସୁଦର୍ଶନ ପ୍ରଧାନ, ବିଜୟ ବେହେରା, ଦେବଯାନୀ ଦାସ, ସୌରଭ କୁମାର ମହାନ୍ତି, ଜ୍ୟୋତିରଂଜନ ରାଉତ, ସୋନାଲି ନାୟକ, ଶୁଭଙ୍କର ବେରା ପ୍ରମୁଖ ଯୋଗଦେଇ ଲୋକନାୟକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହିତ ଦୀପଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉପସ୍ଥିତ ବକ୍ତାମାନେ ଲୋକନାୟକ ଜୟପ୍ରକାଶ ବିଦେଶରେ ଶିକ୍ଷାଲାଭ କରି ମଧ୍ୟ ସରକାରୀ ଚାକିରୀ ପଛରେ ନ ଗୋଡାଇ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳରେ ଯୋଗଦେଇ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସାମିଲ୍ କରିଥିଲେ ଓ ତାଙ୍କ ପତ୍ନୀ ପ୍ରଭାବତୀ ଦେବୀ ମଧ୍ୟ ପତିଙ୍କ ପଦାଙ୍କ ଅନୁସରଣ କରି ଗାନ୍ଧିଜୀଙ୍କ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ପରବର୍ତୀ ଅବସ୍ଥାରେ ଜୟପ୍ରକାଶ କଂଗ୍ରେସ ଦଳ ପରିତ୍ୟାଗ କରି ସମାଜବାଦ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ତାଙ୍କ ଉଦ୍ୟମରେ ଭାରତ ବର୍ଷରେ ଅଣ କଂଗ୍ରେସ ଶକ୍ତିକୁ ଏକାଠି କରି୧୯୭୭ ମସିହାରେ ଭାରତ ବର୍ଷରେ ପ୍ରଥମ ଅଣକଂଗ୍ରେସ ସରକାର ଗଠନରେ ସଫଳକାମ ହୋଇଥିଲେ । କୌଣସି ପଦପଦବୀକୁ ପ୍ରତ୍ୟାଖ୍ୟାନ କରି ସେ ଦେଶର ଶ୍ରମିକ, କୃଷକ ଓ ସାଧାରଣ ଜନତାଙ୍କ ଅଧିକାର ପାଇଁ ଆଜୀବନ ସଂଘର୍ଷ କରି ବହୁବାର କାରାବରଣ କରିବା ସହିତ ପୋଲିସ୍ ର ନିର୍ମମ ଲାଠିମାଡ଼ ଓ ନିର୍ଯ୍ୟାତନାର ଶୀକାର ହୋଇଥିଲେ । ତାଙ୍କର ଆଦର୍ଶ ଯୁଗେଯୁଗେ ନବ ଯୁବକଯୁବତୀମାନଙ୍କୁ ଦେଶପ୍ରେମ ଭାବନାରେ ଉଦବୁଦ୍ଧ କରିବ ବୋଲି ବକ୍ତାମାନେ ମତ ଦେଇଥିଲେ । ଏହି ଅବସରରେ ଦେବଯାନୀ ଦାସଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ଭିକାରୀଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଏ.କେ.ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବରରେ  ପାଳିତ

କଟକ,୧୯/୦୮/୨୦୨୨ (ଓଡ଼ିଶା ସମାଚାର) : କଟକ ସଦର  ୪୨ ମୌଜା ଦଧିବାମନପୁର  ସ୍ଥିତ ଏ.କେ.ବିଦ୍ୟାମନ୍ଦିରରେ ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମ …

Leave a Reply

Your email address will not be published.