Saturday , October 16 2021
Breaking News
Home / ବିଶେଷ / ରଘୁନାଥପୁର ବ୍ଲକ୍ ସରପଂଚ, ସମିତିସଭ୍ୟଙ୍କ ସଂରକ୍ଷଣ ତାଲିକା ପ୍ରକାଶିତ

ରଘୁନାଥପୁର ବ୍ଲକ୍ ସରପଂଚ, ସମିତିସଭ୍ୟଙ୍କ ସଂରକ୍ଷଣ ତାଲିକା ପ୍ରକାଶିତ

ରଘୁନାଥପୁର,୦୮/୧୦/୨୦୨୧(ଓଡ଼ିଶା ସମାଚାର)- ଆଗାମୀ ଫେବୃୟାରୀ ମାସରେ ହେବାକୁ ଯାଉଥିବା ପଂଚାୟତ ନିର୍ବାଚନ ନିମନ୍ତେ ସରପଂଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ପଦବୀ ନିମନ୍ତେ ସଂରକ୍ଷଣ ତାଲିକା ଆଜି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଘୋଷଣା କରିଛନ୍ତି । ରଘୁନାଥପୁର ବ୍ଲକର ୧୯ଗୋଟି ଗ୍ରାମ ପଂଚାୟତର ସରପଂଚ, ସମିତିସଭ୍ୟ, ଜିଲ୍ଲାପରିଷଦ ଓ ପଂଚାୟତ ସମିତି ଅଧ୍ୟକ୍ଷ ପଦବୀ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ରଘୁନାଥପୁର ବ୍ଲକର ଅଢେଇକୂଳ ଗ୍ରା.ପ. ସରପଂଚ ମହିଳା, ସମିତିସଭ୍ୟ ମହିଳା, ଏରଡଙ୍ଗା ଗ୍ରା.ପ. ସରପଂଚ ଅସଂରକ୍ଷିତ, ସମିତିସଭ୍ୟ ଅସଂରକ୍ଷିତ, ଗୁଆଳିପୁର ଗ୍ରା.ପ. ସରପଂଚ ମହିଳା, ସମିତିସଭ୍ୟ ପଛୁଆବର୍ଗ, ଚିକିଣିଆ ଗ୍ରା.ପ. ସରପଂଚ ଅସଂରକ୍ଷିତ, ସମିତିସଭ୍ୟ ଅସଂରକ୍ଷିତ, ଛପଡା ଗ୍ରା.ପ.ର ସରପଂଚ ମହିଳା, ସମିତିସଭ୍ୟ ଅସଂରକ୍ଷିତ, ଜୟଶୋଳ ଗ୍ରା.ପ. ସରପଂଚ ଅନୁସୂଚିତଜାତି (ମହିଳା), ସମିତିସଭ୍ୟ ଅନୁସୂଚିତ ଜାତି, ଜଗନ୍ନାଥପୁର ଗ୍ରା.ପ. ସରପଂଚ ଅନସୂଚିତ ଜାତି, ସମିତିସଭ୍ୟ ଅନୁସୂଚିତଜାତି ମହିଳା, ତଅଁରା ଗ୍ରା.ପ. ସରପଂଚ ପଛୁଆବର୍ଗ ମହିଳା, ସମିତିସଭ୍ୟ ମହିଳା, ତରିକୁନ୍ଦ ଗ୍ରା.ପ. ସରପଂଚ ପଛୁଆବର୍ଗ, ସମିତିସଭ୍ୟ ଅସଂରକ୍ଷିତ, ତାରପୁର ଗ୍ରା.ପ.ର ସରପଂଚ ଅନୁସୂଚିତ ଜାତି ମହିଳା, ସମିତିସଭ୍ୟ ଅନୁସୂଚିତଜାତି ମହିଳା, ଧରାଧରପୁର ଗ୍ରା.ପ. ସରପଂଚ ପଛୁଆବର୍ଗ ମହିଳା, ସମିତିସଭ୍ୟ ପଛୁଆବର୍ଗ ମହିଳା, ପୁରଣ ଓଡପଡା ଗ୍ରା.ପ. ସରପଂଚ ପଛୁଆବର୍ଗ, ସମିତିସଭ୍ୟ ମହିଳା, ପୁରୁଣାବସନ୍ତ ଗ୍ରା.ପ. ସରପଂଚ ଅସଂରକ୍ଷିତ, ସମିତିସଭ୍ୟ ଅସଂରକ୍ଷିତ, ବରାଗୋଳ ଗ୍ରା.ପ. ସରପଂଚ ଅନୁସୂଚିତ ଜାତି, ସମିତିସଭ୍ୟ ଅନୁସୂଚିତଜାତି, ବିଦ୍ୟାଧରପୁର ଗ୍ରା.ପ. ସରପଂଚ ଅନୁସୂଚିତଜାତି ମହିଳା, ସମିତିସଭ୍ୟ ଅନୁସୂଚିତାତି ମହିଳା, ରଘୁନାଥପୁର ଗ୍ରା.ପ. ସରପଂଚ ମହିଳା, ସମିତିସଭ୍ୟ ପଛୁଆବର୍ଗ ମହିଳା, ରାଢଙ୍ଗ ଗ୍ରା.ପ. ସରପଂଚ ଅସଂରକ୍ଷିତ, ସମିତିସଭ୍ୟ ମହିଳା, ରେଢୁଆ ଗ୍ରା.ପ. ସରପଂଚ ଅସଂରକ୍ଷିତ, ସମିତିସଭ୍ୟ ଅସଂରକ୍ଷିତ, ସାଦେଇପୁର ଗ୍ରା.ପ. ସରପଂଚ ମହିଳା, ସମିତିସଭ୍ୟ ଅନୁସୂଚିତ ଜନଜାତି ମହିଳା ହୋଇଥିବା ବେଳେ ରଘୁନାଥପୁର ପଂଚାୟତ ସମିତି ଅଧ୍ୟକ୍ଷ ଅନୁସୂଚିତ ଜାତି ନିମନ୍ତେ ସଂରକ୍ଷଣ କରାଯାଇଛି । ରଘୁନାଥପୁର ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ରଘୁନାଥପୁର, ବରାଗୋଳ, ଜଗନ୍ନାଥପୁର, ତରିକୁନ୍ଦ, ଧରାଧରପୁର, ଗୁଆଳିପୁର, ତାରପୁର, ପୁରଣ ଓଡପଡା, ଜୟଶୋଳ ଗ୍ରା.ପ.କୁ ନେଇ ଗଠିତ ୧ନଂ ଜୋନ୍ ଜିଲ୍ଲା ପରିଷଦ ଆସନ ନିମନ୍ତେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ଅଢେଇକୂଳ, ଚିକିଣିଆ, ରେଢୁଆ, ରାଢଙ୍ଗ, ପୁରୁଣାବସନ୍ତ, ଏରଡଙ୍ଗା, ଛପଡା, ବିଦ୍ୟାଧରପୁର, ତଅଁରା, ସାଦେଇପୁର ଗ୍ରା.ପ. କୁ ନେଇ ଗଠିତ ୨ନଂ ଜିଲ୍ଲାପରିଷଦ ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ କରାଇଯାଇଅଛି ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ରଘୁନାଥପୁର ବିଡିଓ ଜିତେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି ।ଓଡ଼ିଶା ସମାଚାର

About admin

Check Also

ତରଡିପାଳରେ ଭଲିବଲ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇର ଧୋୟାଳକୁ ଏକଦା ଭଲିବଲ ଖେଳର ଏନ୍ତୁଡିଶାଳ କୁହାଯାଉଥିଲା । ବିଶେଷକରି ତରଡିପାଳ, …

Leave a Reply

Your email address will not be published. Required fields are marked *