Friday , August 19 2022
Breaking News
Home / କୃଷି / ମା ସିଦ୍ଧରାମ ପାଣି ପଂଚାୟତ ଗଠିତ- ନନ୍ଦ କିଶୋର ସାହୁ ସଭାପତି , ପୂର୍ଣ୍ଣ ଚନ୍ଦ୍ର ସାହୁ ସମ୍ପାଦକ

ମା ସିଦ୍ଧରାମ ପାଣି ପଂଚାୟତ ଗଠିତ- ନନ୍ଦ କିଶୋର ସାହୁ ସଭାପତି , ପୂର୍ଣ୍ଣ ଚନ୍ଦ୍ର ସାହୁ ସମ୍ପାଦକ

ଭୁବନ ୦୮/୧୦/୨୦୨୧(ଓଡ଼ିଶା ସମାଚାର)- ସେଚାଂଚଳ କୃଷକ ତାଲିମ ଶିବିର ଠାରେ ଆଜି ମା ସିଦ୍ଧରାମ ପାଣି ପଂଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନ ଏନଏସି ର ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ ସଭାପତି,ଭୁବନ ସେବା ସମବାୟ ସମିତିର ପୂର୍ବତନ ସଭାପତି ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ସାହୁ ସମ୍ପାଦକ ଓ ଶୁଭକାନ୍ତ ବର୍ଦ୍ଧନ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଭୁବନ ର ଭଦଳିଆ ପଶି, ନଟାକଟା, ବେଠିଆପାଳ, ତାଳଗାଡିଆ, ଗଡଗଁପୁର ଅଂଚଳର ୧୮ ଜଣ ପଂଜିକୃତ ଚାଷୀ ପ୍ରତିନିଧି ଏହି ନିର୍ବାଚନରେ ଭାଗନେଇଥିଲେ । ୧୧ ଖଣ୍ଡ ଭୋଟ ପାଇ ନନ୍ଦ କିଶୋର ସାହୁ ସଭାପତି,୧୬ ଖଣ୍ଡ ଭୋଟ ପାଇ ପୂର୍ଣ୍ଣଚନ୍ଦ୍ର ସାହୁ ସମ୍ପାଦକ ଓ ୧୧ ଖଣ୍ଡ ଭୋଟ ପାଇ ଶୁଭକାନ୍ତ ବର୍ଦ୍ଧନ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନକୁ ରେଙ୍ଗାଳି ବାମ କେନାଲ ର କନିଷ୍ଠ ଯନ୍ତ୍ରୀ ସୋମନାଥ ସେଠୀ ଓ ସହକାରୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ ପରିଚାଳନା କରିଥିଲେ । ଜଳ ଓ ଭୂମି ପରିଚାଳନା ସଂସ୍ଥାର ସଂଯୋଜକ ପ୍ରଦ୍ୟୁମ୍ନ ମିଶ୍ର,ଘନଶ୍ୟାମ ମାଝି ଙ୍କ ସମେତ କର୍ମଚାରୀ ମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଓସ୍ତପୁର ପ୍ରାଥମିକ ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା, ୦୮/୦୮/୨୦୨୨(ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ସାଧାରଣ …

Leave a Reply

Your email address will not be published.