Tuesday , May 30 2023
Breaking News
Home / ବିଶେଷ / ବିଧାୟକଙ୍କ ଦ୍ୱାରା ଗଣେଶ ପୂଜା ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

ବିଧାୟକଙ୍କ ଦ୍ୱାରା ଗଣେଶ ପୂଜା ଗୋଷ୍ଠୀ କେନ୍ଦ୍ର ଉଦଘାଟିତ

କଟକ ସଦର, ୦୮/୧୦/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ବ୍ଲକ ଅନ୍ତର୍ଗତ ଧରିଣା ପଞ୍ଚୟତ ଧରିଣା କଦମ୍ବମୂଳ ଠାରେ ଆଜି ଶୁକ୍ରବାର ଦିନ ଏକ ଗଣେଶ ପୂଜା ଗୋଷ୍ଠୀ କେନ୍ଦ୍ରର ନୂତନ ଗୃହକୁ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଉଦଘାଟନ କରିଛନ୍ତି । ଏହି ଉପଲକ୍ଷେ ପଞ୍ଚାୟତ ସଭାପତି ପୂର୍ଵତନ ସରପଞ୍ଚ ରତ୍ନାକର ରାଉତଙ୍କ ସଭାପତିତ୍ବରେ ଏବଂ ସରୋଜ ପାତ୍ର ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବିଧାୟକ ଙ୍କ ସମେତ ଵିଡିଓ ରାଜୀବ ଲୋଚନ ପରିଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ବିକାଶ କୁମାର ଭୂୟାଁ, କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ଦାସ, ବ୍ଲକ୍ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର, ଉପାଧ୍ୟକ୍ଷ ବିଭୂତି ପରିଡା, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ସମର ଵେହେରା, ଅଚ୍ୟୁତ। ନନ୍ଦ ଦାସ, ଜିଲ୍ଲା ପରିଷଦ ସଭ୍ୟ ଵିଳାସ ମଲିକ,ଧରିଣା ସରପଞ୍ଚ ରଞ୍ଜନା ସେଠୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ୟ୍ୟକ୍ରମ ପରିଚାଳନା ରେ ବିଶ୍ୱଜିତ ଶତପଥୀ, ଶ୍ୟାମସୁନ୍ଦର ବେହେରା,ଅଭୟ ଵାଡି, ପାର୍ଥସାରଥୀ ରାଉତରାୟ, ପ୍ରଶାନ୍ତ ପଣ୍ଡା ପ୍ରମୁଖ ସହାୟତା କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.