Tuesday , May 30 2023
Breaking News
Home / ବିଶେଷ / ପଂଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ

ପଂଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ

କେନ୍ଦ୍ରାପଡା, ୦୮/୧୦/୨୦୨୧(ଓଡ଼ିଶା ସମାଚାର)- ଆଗାମୀ ୨୦୨୨ ମସିହା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ନିମନ୍ତେ ଜିଲ୍ଲା ପରିଷଦ ସଭ୍ୟ, ପଂଚାୟତ ସମିତି ଅଧ୍ୟକ୍ଷ, ସରପଂଚ ଓ ସମିତିସଭ୍ୟ ପଦ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶନ କରାଯାଇଛି । ସେହି ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ୩୨ଟି ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ସଂରକ୍ଷିତ ହୋଇଥିବା ଚିଠା ତାଲିକା ହେଉଛି ଆଳି ବ୍ଲକର ୧ ନଂ ଜୋନ – ଅନୁସୂଚିତ ଜାତି ମହିଳା, ୨ ନଂ.- ଅସଂରକ୍ଷିତ, ୩ନଂ- ମହିଳା, ୪ନଂ- ଅସଂରକ୍ଷିତ । କେନ୍ଦ୍ରାପଡ଼ା ବ୍ଲକର ୫ ନଂ. ଜୋନ -ଅନୁସୂଚିତ ଜାତି ମହିଳା, ୬ ନଂ.-ମହିଳା, ୭ ନଂ- ଅନୁସୂଚିତ ଜାତି ମହିଳା, ୮ ନଂ- ଅସଂରକ୍ଷିତ ।
ଗରଦପୁର ବ୍ଲକ ୯ ନଂ ଜୋନ – ମହିଳା, ୧୦ ନମ୍ବର- ଅସଂରକ୍ଷିତ, ୧୧ ନଂ- ମହିଳା । ଡେରାବିଶ ବ୍ଲକ ୧୨ ନଂ- ଅସଂରକ୍ଷିତ, ୧୩ ନଂ- ଅନୁସୂଚିତ ଜାତି, ୧୪ ନଂ.- ଅସଂରକ୍ଷିତ । ପଟ୍ଟାମୁଣ୍ଡାଇ ୧୫ ନଂ. ଜୋନ- ଅନୁସୂଚିତ ଜାତି ମହିଳା, ୧୬ ନଂ- ଅନୁସୂଚିତ ଜାତି, ୧୭ ନଂ- ପଛୁଆବର୍ଗ ମହିଳା, ୧୮ ନଂ- ଅନୁସୂଚିତ ଜାତି । ମହାକାଳପଡ଼ା ୧୯ ନଂ. ଜୋନ – ପଛୁଆବର୍ଗ ମହିଳା, ୨୦ ନଂ.- ପଛୁଆବର୍ଗ, ୨୧ ନଂ- ପଛୁଆବର୍ଗ ମହିଳା, ୨୨ ନଂ – ପଛୁଆବର୍ଗ, ୨୩ ନଂ – ଅନୁସୂଚିତ ଜନଜାତି ମହିଳା । ମାର୍ଶର୍ାଘାଇ ବ୍ଲକ ୨୪ ନଂ- ପଛୁଆବର୍ଗ, ୨୫ ନଂ- ପଛୁଆବର୍ଗ ମହିଳା, ୨୬ ନଂ- ମହିଳା । ରାଜକନିକା ବ୍ଲକ ୨୭ ନଂ- ପଛୁଆବର୍ଗ ମହିଳା, ୨୮ ନଂ- ଅସଂରକ୍ଷିତ, ୨୯ ନଂ- ମହିଳା । ରାଜନଗର ବ୍ଲକ ୩୦ ନଂ- ଅସଂରକ୍ଷିତ, ୩୧ ନଂ- ଅସଂରକ୍ଷିତ ଓ ୩୨ ନଂ ଜୋନ- ଅସଂରକ୍ଷିତ ରହିଛି ।
ସେହିପରି ଜିଲ୍ଲାର ୯ଟି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାଇ ଆଳି ବ୍ଲକ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି, କେନ୍ଦ୍ରାପଡ଼ା ଅନୁସୂଚିତ ଜାତି ମହିଳା, ଗରଦପୁର ପଛୁଆବର୍ଗ, ଡେରାବିଶ ପଛୁଆବର୍ଗ ମହିଳା, ପଟ୍ଟାମୁଣ୍ଡାଇ ଅସଂରକ୍ଷିତ ମହିଳା, ମହାକାଳପଡ଼ା ଅସଂରକ୍ଷିତ ମହିଳା, ମାର୍ଶାଘାଇ ଅସଂରକ୍ଷିତ, ରାଜକନିକା ଅସଂରକ୍ଷିତ ଓ ରାଜନଗର ବ୍ଲକ ଅଧ୍ୟକ୍ଷ ପଦ ଅସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
କେନ୍ଦ୍ରାପଡା ବ୍ଲକର ୨୭ଟି ପଂଚାୟତର ସରପଂଚ ପଦ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାଇ ଆୟବା-ସରପଂଚ ପଦ ଅସଂରକ୍ଷିତ ମହିଳା, ଇନ୍ଦୁପୁର- ପଛୁଆବର୍ଗ ମହିଳା, ଓସ୍ତପୁର- ଅସଂରକ୍ଷିତ, କଳପଡା- ପଛୁଆବର୍ଗ, କପାଳେଶ୍ୱର- ଅସଂରକ୍ଷିତ, କୁତରଙ୍ଗ- ପଛୁଆବର୍ଗ ମହିଳା, କେଶପୁର-ଅସଂରକ୍ଷିତ ମହିଳା, ଗାଙ୍ଗପଡା- ପଛୁଆବର୍ଗ, କଂସାର- ଅସଂରକ୍ଷିତ ମହିଳା, ଗୁଲନଗର- ପଛୁଆବର୍ଗ ମହିଳା, ଘାଗରା-ଅସଂରକ୍ଷିତ ମହିଳା, ଚକ୍ରୋଡା-ଅସଂରକ୍ଷିତ ମହିଳା, ଚନ୍ଦନପୁର- ଅନୁସୂଚିତ ଜାତି, ଚାରିଗାଁ -ଅସଂରକ୍ଷିତ ମହିଳା, ଜମଧର-ଅସଂରକ୍ଷିତ, ଢୋଲ-ଅସଂରକ୍ଷିତ, ଧୂମାତ-ଅନୁସୂଚିତ ଜାତି ମହିଳା, ପଳସିଂହା- ଅସଂରକ୍ଷିତ, ନିକିରାଇ- ଅନୁସୂଚିତ ଜାତି ମହିଳା, ପୁରୁଷୋତମପୁର-ଅନୁସୂଚିତ ଜାତି ମହିଳା, ବଗଡା-ଅସଂରକ୍ଷିତ, ବାରୋ-ଅନୁସୂଚିତ ଜାତି ମହିଳା, ଭରତପୁର-ଅସଂରକ୍ଷିତ ମହିଳା, ଭାଗବତପୁର-ଅସଂରକ୍ଷିତ, ଶ୍ୟାମସୁନ୍ଦରପୁର-ଅନୁସୂଚିତ ଜାତି, ସାନମାଣତିଆ-ଅନୁସୂଚିତ, କୋରୋ-ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ରହିଛି । ସେହିପରି କେନ୍ଦ୍ରାପଡ଼ା ବ୍ଲକର ୨୭ଟି ସମିତି ସଭ୍ୟ ପଦ ପାଇଁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାଇ ଆୟବା ଗ୍ରାମପଂଚାୟତ ସମିତିସଭ୍ୟ ପଦ ଅସଂରକ୍ଷିତ ମହିଳା, ଇନ୍ଦୁପୁର-ଅସଂରକ୍ଷିତ ମହିଳା, ଓସ୍ତପୁର-ଅସଂରକ୍ଷିତ ମହିଳା, କଳପଡା- ଅସଂରକ୍ଷିତ, କପାଳେଶ୍ୱର- ଅସଂରକ୍ଷିତ, କୁତରଙ୍ଗ- ପଛୁଆବର୍ଗ ମହିଳା, କେଶପୁର-ଅସଂରକ୍ଷିତ, ଗାଙ୍ଗପଡା- ଅସଂରକ୍ଷିତ, କଂସାର- ଅସଂରକ୍ଷିତ, ଗୁଲନଗର- ଅସଂରକ୍ଷିତ ମହିଳା, ଘାଗରା-ପଛୁଆବର୍ଗ, ଚକ୍ରୋଡା-ଅନୁସୂଚିତ ଜନଜାତି ମହିଳା, ଚନ୍ଦନପୁର- ଅନୁସୂଚିତ ଜାତି ମହିଳା, ଚାରିଗାଁ-ପଛୁଆବର୍ଗ ମହିଳା, ଜମଧର-ଅସଂରକ୍ଷିତ, ଢୋଲ-ପଚୁଆବର୍ଗ, ଧୂମାତ-ଅନୁସୂଚିତ ଜାତି ମହିଳା, ପଳସିଂହା-ଅସଂରକ୍ଷିତ ମହିଳା, ନିକିରାଇ-ଅନୁସୂଚିତ ଜାତି ମହିଳା, ପୁରୁଷୋତମପୁର-ଅନୁସୂଚିତ ଜାତି, ବଗଡା-ଅସଂରକ୍ଷିତ, ବାରୋ-ଅନୁସୂଚିତ ଜାତି, ଭରତପୁର-ଅସଂରକ୍ଷିତ ମହିଳା, ଭାଗବତପୁର-ଅସଂରକ୍ଷିତ, ଶ୍ୟାମସୁନ୍ଦରପୁର-ଅନୁସୂଚିତ ଜାତି ମହିଳା, ସାନମାଣତିଆ-ଅନୁସୂଚିତ ଜାତି, କୋରୋ-ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷଣ କରାଯାଇଛି । ଯଦି ଏହି ଅଦଳ ବଦଳରେ କାହାରି ଆପତି ଅଭିଯୋଗ କିଛି ଥାଏ ତେବେ ସେମାନେ ସେମାନଙ୍କ ଆପତି ଦରଖାସ୍ତ ଆସନ୍ତା ୧୬ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.