Monday , October 18 2021
Breaking News
Home / ବିଶେଷ / ଡିସେମ୍ବର ୧୫ ସୁଦ୍ଧା ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପ୍ରସ୍ତା ପଠାଇବା ଲାଗି ସବୁ ବିଭାଗକୁ ଅର୍ଥ ବିଭାଗର ଚିଠି

ଡିସେମ୍ବର ୧୫ ସୁଦ୍ଧା ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପ୍ରସ୍ତା ପଠାଇବା ଲାଗି ସବୁ ବିଭାଗକୁ ଅର୍ଥ ବିଭାଗର ଚିଠି

ଭୁବନେଶ୍ୱର, ୦୮/୧୦/୨୦୨୧(ଓଡ଼ିଶା ସମାଚାର)- ଆରମ୍ଭ ହୋଇଛି ବଜେଟ୍ ପ୍ରସ୍ତୁତି । ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତ ରାଜ୍ୟ ସରକାର । ଏଥିପାଇଁ ସବୁ ବିଭାଗର ମତାମତ ଲୋଡ଼ିଛନ୍ତି । ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ ପ୍ରସ୍ତା ପଠାଇବା ଲାଗି ଅର୍ଥ ବିଭାଗ ସବୁ ବିଭାଗକୁ ଚିଠି ଲେଖିଛି । ରାଜ୍ୟ ପ୍ରାଥମିକତା ଓ ଏସଡିଜି ପାଇଁ ଚିହ୍ନଟ ହୋଇଥିବା କ୍ଷେତ୍ରଗୁଡିକ ବଜେଟ୍ ପ୍ରସ୍ତୁତି ସମୟରେ ପ୍ରାଥମିକତା ଦେବା ପାଇଁ ଚିଠିରେ ପରାମର୍ଶ ଦିଆଯାଇଛି । ବିଶେଷକରି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଓ କେନ୍ଦ୍ରୀୟ ଯୋଜନା ଗୁଡ଼ିକରେ ମିଳୁଥିବା ଅର୍ଥକୁ ଦୃଷ୍ଟିରେ ରଖ ସବୁ ବିଭାଗ ବଜେଟ୍ ପ୍ରସ୍ତୁତି କରିବା ଉପରେ ଗୁରୁôତ୍ୱ ଦିଆଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷ ଶେଷ ବେଳକୁ ଋଣ ପରିମାଣ ମୋଟ୍ ଘରୋଇ ଉତ୍ପାଦନର ୨୫ ପ୍ରତିଶତ ଛୁଇଁବ । ୨୦୨୨-୨ ବଜେଟ୍ ରେ ଏହାର ପରିମାଣ ସମାନ ରହିବ ବୋଲି ଅର୍ଥ ବିଭାଗ ଆକଳନ କରିଛି । ତେଣୁ ରାଜ୍ୟ ଅର୍ଥ କମିଶନ ବ୍ୟୟ ବରାଦ ବାହାରେ କୌଣସି ଯୋଜନା ପାଇଁ ଅର୍ଥ ଆବଂଟନ ନକରିବାକୁ ଚିଠିରେ ନିର୍ଦ୍ଧେଶ ହୋଇଛି । ରାଜ୍ୟ ସରକାର ଏବେ ୫ ବର୍ଷିଆ ଯୋଜନାରେ ପ୍ରାଥମିକତା ଦେଉଥିବା କ୍ଷେତ୍ର ଗୁଡ଼ିକ ନିମନ୍ତେ ବଜେଟରେ ଆବଶ୍ୟକ ବ୍ୟୟ ବରାଦ କରିବାକୁ ମଧ୍ୟ ଅର୍ଥ ବିଭାଗ ପରାମର୍ଶ ଦେଇଛି । ବଜେଟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରରେ ଆଧୁନିକ ଭିତିଭୂମି ସୁବିଧା, ରାଜ୍ୟରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ସୁବିଧା, ଗ୍ରାମାଂଚଳରେ ପ୍ରାଥମି ସ୍କୁଲରେ ଆଇଟି ଭିତିକ ଶିକ୍ଷା ନିମନ୍ତେ ବ୍ୟବସ୍ଥା ଆଦି ମାଧ୍ୟମରେ ରାଜ୍ୟର ସାମଗ୍ରିକ ଅଭିବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ୧ ଲକ୍ଷ ୭୨ ହଜାର କୋଟିରେ ବଜେଟ୍ ପହଂଚିଛି । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *