Tuesday , June 6 2023
Breaking News
Home / ବିଶେଷ / ଜଣାଶୁଣା ସମାଜସେବୀ ରୋହିତ କୁମାର ଜେନାଙ୍କ ସର୍ବଧର୍ମ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ସଭା

ଜଣାଶୁଣା ସମାଜସେବୀ ରୋହିତ କୁମାର ଜେନାଙ୍କ ସର୍ବଧର୍ମ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ସଭା

କଟକ ସଦର, ୦୮/୧୦/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ଜଣାଶୁଣା ସମାଜସେବୀ ସ୍ୱର୍ଗତ ରୋହିତ କୁମାର ଜେନା ଙ୍କ ଦ୍ୱ।ଦଶହାରେ ଆୟତପୁର ପଞ୍ଚାୟତ ଦଣ୍ଡୁଆସିପଡା ଠାରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଓ ସୃମ୍ତିଚାରଣ ସଭା ଆଜି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍ୱର୍ଗତ ଜେନାଙ୍କ ଆତ୍ମାର ସଦଗତି ପାଇଁ ଭାଗଵତ, ଗୀତା, କୋରାନ ଓ ବାଇବେଲ ପାଠ କରାଯାଇଥିଲା। ଏହି ଅବସରରେ ଅଧ୍ୟାପକ ପ୍ରଦୀପ୍ତ ଵିଶ୍ୱ।ଳଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସଦର ଵିଧାୟକ ଚନ୍ଦ୍ର ସାରଥି ଵେହେରା ଯୋଗଦେଇ ସ୍ୱର୍ଗତ ଜେନାଙ୍କ ମୃତ୍ୟୁ ଯୋଗୁ ଅଞ୍ଚଳ ଜଣେ ଭଲ ସଂଗଠକ ଙ୍କୁ ହରାଇଲା ଵୋଲି କହିଵା ସହିତ ତାଙ୍କର ସମସ୍ତ ଅପୁରଣୀୟ କାର୍ୟ୍ୟ କୁ ଯଥା ଶୀଘ୍ର ପୁରଣ କରାଯିଵ ବୋଲି କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କନ୍ଦରପୁର କଲେଜର ଅଧ୍ୟକ୍ଷ ଶାରଦା ପ୍ରସନ୍ନ ମହାପାତ୍ର, ଅଧ୍ୟାପକ ସ୍ୱ।ଧିନଶେଖର ଷଡ଼ଙ୍ଗୀ, ସହପାଠୀ ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା, ସଦର ବିକାଶ ମଞ୍ଚ ସଭାପତି ସୁଵୋଧ ଵେହେରା, ପଣ୍ଡିତ ଶ୍ରୀରାମ ପ୍ରଧାନ, ସରପଞ୍ଚ ତ୍ରିଲୋଚନ ସ୍ୱ।ଇଂ, ପ୍ରଫୁଲ୍ଲ ଭୋଇ, ନିମାଇଁ ମହାପାତ୍ର, ପ୍ରଦୀପ୍ତ ମହାଳି ପ୍ରମୁଖ ଵହୁ ରୋହିତ ପ୍ରେମୀ ଯୋଗ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କାର୍ୟ୍ୟକ୍ରମ କୁ ବ୍ଲକ ଆତ୍ମା ସଭାପତି ରଜନୀ କାନ୍ତ ସାହୁ ସହାୟତା କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.