Monday , December 6 2021
Breaking News
Home / ବିଶେଷ / କାମ ଅନ୍ୱେଷଣରେ ଯାଇଥିବା ଯୁବକ ଶବ ହୋଇ ଫେରିଲେ 

କାମ ଅନ୍ୱେଷଣରେ ଯାଇଥିବା ଯୁବକ ଶବ ହୋଇ ଫେରିଲେ 

ଗରଦପୁର,୦୮/୧୦/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ପଂଚାୟତ ଅଧିନସ୍ଥ ଅଟାବୁହା ଗ୍ରାମର ଶରତ ଦାସ ଙ୍କ ପୁଅ ଧର୍ମେନ୍ଦ୍ର ଦାସ (୨୮) ଙ୍କର ଚେନାଇ ଠାରେ ଦୂର୍ଘଟଣା ଜନିତ ଅକାଳ ବିୟୋଗ ଘଟିଛି । ପରିବାର ଚଳାଇବା ପାଇଁ କମ୍ପାନୀ ଅଧିନରେ କାମ କରିବା ପାଇଁ ଗତ ସପ୍ତାହରେ ଚେନ୍ନାଇ ଯାଇଥିବା ଧର୍ମେନ୍ଦ୍ର ଆଜି ଶବ ହୋଇ ଫେରିଛନ୍ତି । ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଶରତ ଦାସ ଙ୍କ ଏକମାତ୍ର ପୁତ୍ର ଧର୍ମେନ୍ଦ୍ର । ବୟସ ମାତ୍ର ୨୮ ବର୍ଷ । ସେ ଥିଲେ ଅବିବାହିତ । ଘରର ଏକ ମାତ୍ର ରୋଜଗାରିଆ ପୁଅ ଭାବରେ ମାତା, ପିତା ଓ ୨ ଭଉଣୀଙ୍କୁ ନେଇ ଥିବା ତାଙ୍କ ସଂସାର ଚଳାଇବା ପାଇଁ ଅର୍ଥ ରୋଜଗାର ପାଇଁ ସେ ଗତ ସପ୍ତାହରେ ଚେନ୍ନାଇ ଯାଇଥିଲେ । ଚେନ୍ନାଇ ରେ ପହଂଚି ବସ୍ ଯୋଗେ କମ୍ପାନୀ ଅଭିମୁଖେ ଯାଉଥିବାବେଳେ ବାଟରେ ଦୂର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଚେନ୍ନାଇସ୍ଥିତ ଓଡ଼ିଆ ସମାଜର କର୍ମକର୍ତାମାନେ ତାଙ୍କୁ ଆଶୁ ଚିକିତ୍ସା ପାଇଁ ହସପିଟାଲକୁ ନେଇଥିଲେ । ଆଇସିୟୁରେ ତାଙ୍କର ଚିକିତ୍ସା କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଥିଳେ ।  ସେଠାରେ ତାଙ୍କ ଶବ ବ୍ୟବଛେଦ କରାଯିବା ପରେ ଶବ ଆଜି ଆସି ଗ୍ରାମରେ ପହଂଚିଥିଲା । ଏକମାତ୍ର ରୋଜଗାରିଆ ପୁଅ ଧର୍ମେନ୍ଦ୍ର କୁ ହରାଇ ପରିବାର ମୁଣ୍ଡରେ ଦୁôଖର ବୋଝ ଲଦିହୋଇ ପଡ଼ିଛି । ଧର୍ମେନ୍ଦ୍ରଙ୍କ ଅକାଳ ବିୟୋଗରେ ଗ୍ରାମ ତଥା ଅଂଚଳରେ ଶୋକ ପ୍ରକାଶ ପାଇଛି ।  ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *