Tuesday , August 16 2022
Breaking News
Home / ବିଶେଷ / ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ତରଫରୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ତରଫରୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଭୁବନେଶ୍ୱର,୦୮/୧୦/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ଏକ ବୈଠକ ପ୍ରତାପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିିତିର ବାରମ୍ବାର ଦାବି ସତ୍ୱେ ବିଳମ୍ବରେ ହେଲେ ସୁଦ୍ଧା ସରକାର ୧୧ ପ୍ରତିଶତ ମହଙ୍ଗା ଭତା କର୍ମଚାରୀ ଓ ଶିକ୍ଷକମାନଙ୍କୁ ଅକ୍ଟୋବର ମାସ ଦରମାରେ ପ୍ରଦାନ କରିବାକୁ ଆଦେଶନାମା କରିଥିବାରୁ ସଂଘର ସଭାପତି ଶ୍ରୀ ଲିଙ୍ଗରାଜ ମହାନ୍ତି, ସାଧାରଣ ସମ୍ପାଦକ ନରୋତମ ପାର୍ଥସାରଥୀ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, ଉପଦେଷ୍ଟା କ୍ଷେତ୍ରମୋହନ ଦାସ, ଅକ୍ଷୟ କୁମାର ମିଶ୍ର, ପ୍ରତାପ ଚନ୍ଦ୍ର ମିଶ୍ର ପ୍ରମୁଖ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବା ସହିତ ସଂଶୋଧିତ ଘରଭଡ଼ା ଭତା ଓ ବର୍ଦ୍ଧିତ ଦରମା ଗଚ୍ଛିତ ୫୦ ପ୍ରତିଶତ ତୁରନ୍ତ ଦେବା ପାଇଁ ଅନୁରୋଧ କରିଛନ୍ତି ବୋଲି କାର୍ଯ୍ୟାଳୟ ସମ୍ପାଦକ କାହ୍ନୁ ଚରଣ ମଲ୍ଲିକ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅପରାହ୍ନରେ ହୀରାକୁଦ ଜଳ ଭଣ୍ଡାରର ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି

ଭୁବନେଶ୍ୱର,୧୬/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳ ଭଣ୍ଡାରର ଜଳସ୍ଥର ବଢ଼ିବାରେ ଲାଗିଛି । ବର୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ଥର ୬୨୬.୦୮ …

Leave a Reply

Your email address will not be published.