ଭୁବନେଶ୍ୱର,୦୮/୧୦/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ୍ ଦ୍ୱାରା ଆୟୋଜିତ ଓଡ଼ିଶା ପ୍ରଶାସନିକ ସେବା ୨୦୧୯ର ଫଳ ପ୍ରକାଶ ପାଇଛି । ଏଥିରେ ୧୫୩ ଜଣ କୃତକାର୍ୟ୍ୟ ହୋଇଥିବା ବେଳେ ଅଶ୍ୱୀନ ପଣ୍ଡା ପ୍ରଥମ ସ୍ଥାନରେ ରହି ରାଜ୍ୟରେ ଟପ୍ପର ହୋଇଛନ୍ତି ।
ଓପିଏସି ୨୦୧୯ରେ ଆୟୋଜିତ ପରୀକ୍ଷାରେ ମୋଟ ୪୭ ହଜାର ୭୯ ଜଣ ଆଶାୟୀ ପରୀକ୍ଷା ଦେଇଥିଲେ । ଏହାର ଫଳ ପ୍ରକାଶ ପାଇଥିବା ବେଳେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି । ଅଶ୍ୱୀନ ପଣ୍ଡା ଓଏସ୍ ଟପ୍ପର ହୋଇଛନ୍ତି ।
ଏହି ସିଭିଲ ପରୀକ୍ଷାରେ ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବା ବେଳେ ଅଙ୍କୁଳ ଅଭିଳାଷଙ୍କୁ ଦ୍ୱିତୀୟ ସ୍ଥାନ ମିଳିଛି। ଶୀର୍ଷ ୧୦ ସ୍ଥାନରେ ମହିଳା ଅଛନ୍ତି। ମୋଟ ୫୬ ଜଣ ମହିଳା ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଛନ୍ତି ।ଓଏଏସ୍ ପରୀକ୍ଷାର ତୃତୀୟରେ ରଶ୍ମୀରେଖା ପାତ୍ର, ୪ର୍ଥରେ ସୌମ୍ୟରଂଜନ ପ୍ରଧାନ, ୫ମରେ ସିଦ୍ଧେଶ୍ୱର ନାୟକ, ୬ଷ୍ଠରେ କିରଣ କୁମାର ମହାନ୍ତି, ୭ମରେ ପ୍ରଦୋଷ ପ୍ରଧାନ, ୮ମରେ ଆୟୁଷି ପତି, ୯ମରେ ନିବେଦିତା ନାୟକ ଓ ୧୦ମରେ କୌଶିକ ପଟ୍ଟନାୟକ ଅଛନ୍ତି। ଅନୁସୂଚିତ ଜନଜାତି ବର୍ଗରେ ୨୪ ଜଣ, ଅନୁସୂଚିତ ଜାତି ବର୍ଗରେ ୧୮ ଜଣ, ଭିନ୍ନକ୍ଷମ ବର୍ଗରେ ୩ ଜଣ କୃତକାର୍ୟ୍ୟ ହୋଇଛନ୍ତି । ଓଡ଼ିଶା ସମାଚାର
