Tuesday , August 16 2022
Breaking News
Home / ବିଶେଷ / ଅରିନ୍ଦମ, ସୀତାରାମ ଓ ଗଜରାଜଙ୍କୁ ଶ୍ରଦ୍ଧାଞ୍ଜଳି

ଅରିନ୍ଦମ, ସୀତାରାମ ଓ ଗଜରାଜଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୦୮/୧୦/୨୦୨୧(ଓଡ଼ିଶା ସମାଚାର)- ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାଶ, ଓଡ୍ରାଫ ସଦସ୍ୟ ସୀତାରାମ ମୁର୍ମୁ ଓ ମହାନଦୀରେ ବୁଡି ପ୍ରାଣ ହରାଇଥିବା ବଣୁଆ ହାତୀକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କଂସାର ପଂଚାୟତ ଚଣ୍ଡିଆ ପଲ୍ଲୀ ଗାଁ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଅୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାରମ୍ଭରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ସମାଜସେବୀ ସନ୍ତୋଷ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଭାବେ ଯୋଗ ଦେଇ ଯୁବ ସାମ୍ବାଦିକ ଦିଲ୍ଲିପ ମହାନ୍ତିି, ବାସନ୍ତୀ ମହାପାତ୍ର ଓ କବିତା ପ୍ରଧାନ ସାମ୍ବାଦିକମାନଙ୍କ ସୁରକ୍ଷାପାଇଁ ସରକାର ଅଧିକ ଯତ୍ନବାନ ହେବାକୁ ମତ ଦେଇଥିଲେ । ସେହିପରି ଅରିନ୍ଦମ ଦାଶଙ୍କ ପରିବାରଙ୍କୁ ସରକାର ୧କୋଟି ଟଙ୍କା ସହାୟତା ପ୍ରଦାନ କରିବାକୁ ଦାବି କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମନୋଜ ସ୍ୱାଇଁ, ହରେକୃଷ୍ଣ ବେହେରା, ରାକେଶ ଲେଙ୍କା, ବଳରାମ ବେହେରା, ମନୋଜ ନାୟକ, ଉମେଶ ଚନ୍ଦ୍ର ମହାରଣା, ଉମାଶଙ୍କର ମହାପାତ୍ର, ପ୍ରଦୀପ ସାହୁ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସୌମେନ୍ଦ୍ର ଦାସ, ଦୁର୍ଗାପ୍ରସାଦ ବେହେରା, ଗୌରାଙ୍ଗ ସ୍ୱାଇଁ, ଦିଲ୍ଲିପ ନାୟକ, ବାନାମ୍ବର ବେହେରା ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ବୀରେନ୍ଦ୍ର ଦାସ ଧନ୍ୟବାଦ  ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ୍ ଖୋଲିଲା , ୩୧ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି – ରାତି ୯ଟା ସୁଦ୍ଧା ଆଉ ୯ଟି ଗେଟ୍ ଖୋଲିବ

ଭୁବନେଶ୍ୱର,୧୬/୦୮/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ୍ ଖୋଲାଯାଇଛି । …

Leave a Reply

Your email address will not be published.