Friday , August 19 2022
Breaking News
Home / ବିଶେଷ / ୱେବ ଚ୍ୟାନେଲ ପ୍ରତିନିଧିଙ୍କ ବିରୁଦ୍ଧରେ ଥାନାରେ ଏତଲା

ୱେବ ଚ୍ୟାନେଲ ପ୍ରତିନିଧିଙ୍କ ବିରୁଦ୍ଧରେ ଥାନାରେ ଏତଲା

କେନ୍ଦ୍ରାପଡ଼ା, ୦୭/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ କଜଳା ଅଂଚଳର କାର୍ଯ୍ୟରତ ସ୍ୱଚ୍ଛସାଥୀଙ୍କୁ ଦାଦାବଟି ପାଇଁ ଜୁଲମ କରିବା ଅଭିଯୋଗରେ କେନ୍ଦ୍ରାପଡା ଟାଉନ୍ ଥାନାରେ ୱେବ ଚ୍ୟାନେଲ ପ୍ରତିନିଧି ମହେଶ ପାଢୀଙ୍କ ବିରୁଦ୍ଧରେ ଏକ ମାମଲା ଦାଏର ହୋଇଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ୱେବ ଚ୍ୟାନେଲର ପ୍ରତିନିଧି ମହେଶ ପାଢୀ କେନ୍ଦ୍ରାପଡା ପୌରାଂଚଳର ୨୧ ନମ୍ବର ୱାର୍ଡରେ କାମ କରୁଥିବା ୨ଜଣ ସ୍ୱଚ୍ଛସାଥୀଙ୍କୁ ମାସକୁ ୫ହଜାର ଟଙ୍କା ଲେଖାଏଁ ଦାଦାବଟି ମାଗିଥିଲେ । ସେ ତାହା ଦେବାକୁ ମନା କରିବାରୁ ଶ୍ରୀ ପାଢୀ ସେମାନଙ୍କ ବିରୁଦ୍ଧରେ ମିଥ୍ୟା ସମ୍ବାଦ ପ୍ରସାରଣ କରିଥିଲେ ବୋଲି ଗତ ୨ତାରିଖରେ ଟାଉନ ଥାନାରେ ଅଭିଯୋଗ ହୋଇଛି । ଟାଉନ ଥାନା ପୋଲିସ ଏହି ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଟାଉନ ଥାନା ଅଧିନସ୍ଥ ଭ୍ରମରଦିଆ ପାଟଣା ଗ୍ରାମର ଜୟନ୍ତୀ ବେହେରା ଏବଂ ମମତା ଥାପ୍ପା ଏହି ଅଭିଯୋଗ କରିଛନ୍ତି । ଏହି ମାମଲାଟି ଜନଜାତି ନିବାରଣ ଆଇନ ସହିତ ବିଭିନ୍ନ ଦଫାରେ ରୁଜୁ ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲା ପୋଲିସ ମୁଖ୍ୟାଳୟର ଡିଏସ୍ପି କାର୍ତିକ ମଲ୍ଲିକ ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି । ଏ ସମ୍ପର୍କରେ ୱେବ ଚ୍ୟାନେଲ ପ୍ରତିନିଧି ମହେଶ ପାଢୀଙ୍କ ମତାମତ ଚାହିଁବାରେ ସେ କହିଛନ୍ତି ଯେ ଅଭିଯୋଗ କାରିଣୀମାନେ ସଠିକ ଢଙ୍ଗରେ କାମ ନକରିବାରୁ ସେ ସେମାନଙ୍କ ବିରୁଦ୍ଧରେ ୱେବ ଚ୍ୟାନେଲରେ ସମ୍ବାଦ ପ୍ରସାରଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.