କଟଟ ସଦର, ୦୭/୧୦/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଆବଶ୍ୟକତା ଦୃଷ୍ଟିରୁ ଜଗତସିଂହପୁର ସଦର ମହକୁମା କୁ ସଂଯୋଗ କରୁଥିଵା କନ୍ଦରପୁର- ମାଛଗାଁ ଜିଲ୍ଲା ରାଜପଥକୁ ଜାତୀୟ ରାଜମାର୍ଗର ମାନ୍ୟତା ପ୍ରଦାନକୁ ୫ ଵର୍ଷ ଵିତି ଯାଇ ଥିଵା ଵେଳେ ଭିତ୍ତିଭୂମିର ବିକାଶ କେଵଳ ସାଇନ୍ ବୋର୍ଡ ରେ ସୀମିତ ରହିଥିବା ଦେଖିବାକୁ ମିଳୁଛି। ୫୫ ନମ୍ବର ଜାତୀୟ ରାଜପଥର ମାନ୍ୟତା ପାଇଥିଵା ଉକ୍ତ ୧୦୩ କିମି ରାସ୍ତା କଟକ ଠାରୁ କନ୍ଦରପୁର ,ଜଗତସିଂହପୁର, ବୋରିକିନା,ଇଵ୍ରିସିଂ, ଏରସମା ଦେଇ ନୂଆଗାଁ ପର୍ଯ୍ୟନ୍ତ ଯାଇଥିବା ସୂଚନା ଫଳକରୁ କେଵଳ ସୂଚନା ମିଳିଛି।ଏହି ରାସ୍ତା ୭ ଟି ନିର୍ବାଚନ ମଣ୍ଡଳୀ ଯଥା ଚୈ।ଦ୍ୱର- କଟକ,କଟକ ସଦର, ତିର୍ତ୍ତୋଲ, ଜଗତସିଂହପୁର, ବାଲିକୁଦା- ଏରସମା ସହ ୬ ଟି ବ୍ଲକ ଯଥା କଟକ ସଦର,ଵିରିଡି, ଜଗତସିଂହପୁର, ବାଲିକୁଦା, ଏରସମା ଓ କୁଜଙ୍ଗ ସୀମା ରେ ଯାଉଥିବାରୁ ଜନସାଧାରଣ ଖୁସି ଵ୍ୟକ୍ତ କରୁଥିଲେ।ହେଲେ ୫ ବର୍ଷ ବିତିଯାଇଥିଲେ ଵି ରାସ୍ତାର ଭିତିଭୂମି ଵିକାଶ ପାଇଁ କୈ।ଣସି ପଦକ୍ଷେପ ନିଆଯାଉ ନଥିଵାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସେଥିରେ ଉକ୍ତ ରାସ୍ତା ମାନ୍ୟତା ପାଇଵା ପରେ ୧୩ ନମ୍ଵର ରାଜ୍ୟ ରାଜପଥ କଟକ- ପାରାଦୀପ ରାସ୍ତା ର ଫକିରପଡା ଠାରେ ଥିଵା ଟୋଲ୍ ପ୍ଲାଜାକୁ ତରଵରିଆ ଭାଵେ ଉଠାଇ ଦିଆଯାଇ କନ୍ଦରପୁର- ପାରାଦୀପ ରାସ୍ତାର ପାରାଵିଲ୍ ନିକଟରେ କରାଯାଇଥିଵା କାହା ସ୍ୱାର୍ଥରେ ଵୋଲି ପ୍ରଶ୍ନ ହେଉଛି। ସେଥିରେ ରାଜମାର୍ଗର ଦୁଇ କଡରେ ଜଙ୍ଗଲ ସୃଷ୍ଟି ହୋଇ ରାସ୍ତାରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଏକା ସାଙ୍ଗରେ ମାନ୍ୟତା ପାଇଥିବା ଅନ୍ୟ ରାସ୍ତା ସଵୁ କାର୍ଯ୍ୟ ରେ ଅଗ୍ରଗତି କରିଥିବା ବେଳେ ଏହା କାହିଁକି ଯେ ପଡ଼ିରହିଛି ତାକୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି।ଏ ସମ୍ପର୍କରେ ଜାତୀୟ ରାଜମାର୍ଗ ପ୍ରାଧିକରଣ ସଂସ୍ଥା ସହ ଯୋଗାଯୋଗ କରାଯାଇ ଥିବା ଵେଳେ ଆନୁସଙ୍ଗିକ ସଵୁ କାର୍ଯ୍ୟ ସହ ଜମି ଅଧିଗ୍ରହଣ ପାଇଁ କଟକ ଓ ଜଗତସିଂହପୁର ଜିଲ୍ଲାପାଳ ମାନଙ୍କୁ କୁହାଯାଇଥିବା ଜଣାଯାଇଛି।ଜମି ଅଧିଗ୍ରହଣ ଜନଶୁଣାଣି ମାଧ୍ୟମରେ କରାଯିଵା ପାଇଁ ନିଷ୍ପତ୍ତି ନିଆଯାଇ କେଵଳ ଵିରିଡି ବ୍ଲକ୍ ଅଞ୍ଚଳରେ ସରିଥିବା ସୂଚନା ମିଳିଛି। ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଅହେତୁକ ବିଳମ୍ବ କୁ ନେଇ ଅସନ୍ତୋଷ ଵଢୁଥିଵାରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଵାକୁ କେନ୍ଦ୍ର ସରକାରଙ୍କ ନିକଟରେ ସାଧାରଣରେ ଦାଵି ହେଉଛି। ଓଡ଼ିଶା ସମାଚାର