Tuesday , October 26 2021
Breaking News
Home / ବିଶେଷ / ସମାଜସେବୀ ରୋହିତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ସମାଜସେବୀ ରୋହିତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା,୦୭/୧୦/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ପ୍ରତିଭା ସଂସଦ ଆନୁକୂଲ୍ୟରେ ସମାଜସେବୀ ତଥା ରାଜ୍ୟର ଜଣେ ଉଦ୍ୟୋଗପତି ସ୍ୱର୍ଗତ ରୋହିତ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ କେନ୍ଦ୍ରାପଡା ସହରର ମନକରପୁରସ୍ଥିତ ରେସୱା ସ୍ୱେଛାସେବୀ ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାର୍ଥନା ସଭାରେ ଦେନା ବ୍ୟାଙ୍କର ଅବସରପ୍ରାପ୍ତ ପ୍ରଶାସକ ଗୁରୁ ପ୍ରସାଦ ମହାନ୍ତି, ସମାଜସେବୀ ଗାୟତ୍ରୀ ମହାନ୍ତି, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ କମଳନୟନ ଦାସ ଓ ସାମ୍ବାଦିକ ଚିତରଞ୍ଜନ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ପ୍ରଥମେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଏହି ଅବସରରେ ରେସୱା ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗାଙ୍ଗପଡା ପଂଚାୟତ ସମିତି ସଭ୍ୟା ମମତାରାଣୀ ଧଳ,  ରେସୱାର  ସେକ ଲିଆକତ ହୁସେନଙ୍କ ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ରେସୱା ସ୍ୱାଧାର ଗୃହର ଅଧିକ୍ଷିକା ମୀନତି ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ବେହେରା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *