Wednesday , October 4 2023
Breaking News
Home / ବିଶେଷ / ରଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର

ରଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର

କେନ୍ଦ୍ରାପଡ଼ା, ୦୭/୧୦/୨୦୨୧(ଓଡ଼ିଶା ସମାଚାର)-ରଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ରାଜ୍ୟ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଗୁରୁବାର ମହାକାଳପଡା ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଉଳକଣୀ ପଂଚାୟତରେ ବଢୁଥିବା ବ୍ୟାପକ ଦୁର୍ନୀତିର ପ୍ରତିବାଦ କରିବାରୁ ସମାଜସେବୀମାନେ ଆକ୍ରୋଶର ଶିକାର ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ସାଧରଣ ଜନତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମହାସଂଘ ପକ୍ଷରୁ ନିବେଦନ କରାଯାଇଛି । ବିଗତ ଦିନରେ ଏକ ପୈତୃକ ସ୍ଥିତିବାନ ଘରବାଡି ସମ୍ପତି ମାମଲାକୁ କେନ୍ଦ୍ରକରି ଜଣେ ସମାଜସେବୀଙ୍କ ସହିତ ସ୍ଥାନୀୟ କିଛି ପ୍ରଭାବଶାଳୀ ଦୁର୍ନୀତିଗ୍ରସ୍ତ ରାଜନେତା ଓ ଅଫିସର ଜାଣିଶୁଣି ଉଦେଶ୍ୟମୂଳକ ଭାବେ ମହାସଂଘର ରାଜ୍ୟ ସମ୍ପାଦକ ହରେକୃଷ୍ଣ ପାତ୍ରଙ୍କୁ ହଇରାଣ କରିବା ପାଇଁ ଷଡଯନ୍ତ୍ର କରୁଥିବା ମହାସଂଘ ଅଭିଯୋଗ କରିଛି । ସ୍ୱଚ୍ଛ ପ୍ରଶାସନ ଓ ସ୍ୱଚ୍ଛ ଶାସନର ନାରା ମହାକାଳପଡା ନିର୍ବାଚନ ମଣ୍ଡଳୀ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ମହାସଂଘ କହିଛି । କେନ୍ଦ୍ରାପଡା ଦେୱାନୀ ଅଦାଲତରେ ଶ୍ରୀ ପାତ୍ରଙ୍କ ପରିବାର ପକ୍ଷରୁ ମାମଲା ବିଚାରାଧିନ ଥିବା ସତ୍ୱେ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନିଷେଧାଦେଶ ଜାରି ରହିଥିବା ସତ୍ୱେ ସେହିପଂଚାୟତର  ଶାସକ ଦଳର କେତେକ ନେତାଙ୍କ ଇଙ୍ଗିତରେ କିଛି ଚୋରା ମଦମାଫିଆଙ୍କୁ ଢାଲ କରି ତାଙ୍କ ଜମି ହାତେଇ ନେବାଭଳି ପ୍ରୟାସ କରିଥିବା ଷଡଯନ୍ତ୍ରକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ମହାସଂଘ । ସୂଚନା ଅଧିକାର ଆଇନ ବଳରେ ଶ୍ରୀ ପାତ୍ର ବିଭିନ୍ନ ଦୁର୍ନୀତିର ତଥ୍ୟ ମାଗୁଥିବାରୁ ଏବଂ ସେ ସମ୍ପର୍କିତ ଖବର ଲୋକ ଲୋଚନକୁ ଆଣୁଥିବାରୁ ପଂଚୟତରେ ବୃଦ୍ଧି ପାଇଥିବା ଭ୍ରଷ୍ଟାଚାର ଏବଂ ଦୁର୍ନୀତି ମୂଳକ କାର୍ଯ୍ୟକଳାପକୁ ଲୁଚେଇବାକୁ ଯାଇ ସ୍ଥନୀୟ ନେତୃବୃନ୍ଦ ଯେଉଁ ହୀନ ପ୍ରାୟସ କରୁଛନ୍ତି ତାହା ଅସାମ୍ବିଧାନୀକ ଓ ଘୋର ନିନ୍ଦନୀୟ ବୋଲି ମହାସଂଘ କହିଛି । ତେଣୁ ମୁଖ୍ୟମନ୍ତ୍ରୀ ଏଭଳି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାସଂଘର ରାଜ୍ୟ ସଭାପତି ପ୍ରଦିପ ମିଶ୍ର, ରାଜ୍ୟ ସମ୍ପାଦକ ହରେକୃଷ୍ଣ ପାତ୍ର, କେନ୍ଦ୍ରାପଡା ଜିଲ୍ଲା ସଭାପତି ନିରଞ୍ଜନ ପରିଡା, ଜିଲ୍ଲା ସମ୍ପାଦକ ଅରୁଣ ମହାପାତ୍ର, ଆଳୟ ସାମନ୍ତରାୟ, ଅମର ମହାପାତ୍ର, ନିହାର ମହାନ୍ତି, ଚିତ୍ରସେନ ମଣ୍ଡଳ, ବାପିନା ପରିଡା, ଚିତରଞ୍ଜନ ତରାଇ ଓ ପବିତ୍ର ପରିଡା ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *