ଭୁବନେଶ୍ୱର,୦୭/୧୦/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ (ଓୟୁଜେ) ର ସଭାପତି ତଥା ନ୍ୟାସନାଲ ୟୁନିଅନ୍ ଅଫ ଜର୍ଣ୍ଣାଲିଷ୍ଟ (ଇଣ୍ଡିଆ) ର ସାଧାରଣ ସମ୍ପାଦକ , ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରେସ କାଉନସିଲ ଅଫ ଇଣ୍ଡିଆ ହେଉଛି ଦେଶର ଛାପା ଗଣ ମାଧ୍ୟମର ସର୍ବୋଚ ପରିଚାଳନା ସଂସ୍ଥା । ଶ୍ରୀ ମହାନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ସଦସ୍ୟ ଭାବେ ନିର୍ବାଚିତ ହୋଇଥିବାରୁ ଓଡ଼ିଶା ସମାଚାର ପକ୍ଷରୁ ଆନ୍ତରିକ ତଥା ହାର୍ଦ୍ଧିକ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଓଡ଼ିଶା ସମାଚାର