Sunday , October 17 2021
Breaking News
Home / ବିଶେଷ / ପ୍ରଧାନ ଶିକ୍ଷକ ପାର୍ଥସାରଥୀ ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର

ପ୍ରଧାନ ଶିକ୍ଷକ ପାର୍ଥସାରଥୀ ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର

କେନ୍ଦ୍ରାପଡ଼ା, ୦୭/୧୦/୨୦୨୧(ଓଡ଼ିଶା ସମାଚାର)- ନିକିରାଇସ୍ଥିତ ମହାବୀର ନୋଡାଲ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥସାରଥୀ ବେହେରାଙ୍କୁ ରାଜ୍ୟ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶ କ୍ରମେ ୬୭ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ ଅବସରରେ ଡାଙ୍ଗମାଳସ୍ଥିତ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ବନଖଣ୍ଡ ଅଧିକାରୀ ଡଃ. ଯଜ୍ଞଦ ପତି ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର, ଉତରୀୟ ସମେତ ପ୍ରୋତ୍ସାହନ ରାଶି ନଗଦ ୧୦ହଜାର ଟଙ୍କା ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏସିଏଫ ନାରାୟଣ ସାମଲଙ୍କ ସମେତ ବନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଶ୍ରୀ ବେହେରା କରୋନା ମହାମାରୀ ସମୟରେ ୨୦ହଜାରରୁ ଅଧିକ ଚାରା ରୋପଣ କରିବା ସହ ଦୈନିକ ବିଦ୍ୟାଳୟକୁ ଯିବା ବାଟରେ ଲୋକଙ୍କୁ ଚାରା ବନ କରନ୍ତି । କେନ୍ଦ୍ରାପଡା ଜିଲାକୁ ସବୁଜିମା ଜିଲା ଭାବେ ପରିଣତ କରିବା ଲକ୍ଷ୍ୟରେ ସେ ଏହି ଅଭିଯାନ ଆରମ୍ଭ କରିଥିଲେ । ସେହିପରି ପରିବେଶରେ ଯେପରି ଅମ୍ଳଜାନର ଅଭାବ ନରୁହେ ସେଥିପାଇଁ ସେ ନିଜେ ଚାରା ରୋପଣ କରିବା ସହ ଅନ୍ୟକୁ ଚାରା ରୋପଣ କରିବା ପାଇଁ ଉତ୍ସାହିତ କରୁଥିଲେ । ତାଙ୍କର ଏହି କାର୍ଯ୍ୟ ସମଗ୍ର ଜିଲାରେ କରୋନା ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ବେଶ ପ୍ରସଂଶନୀୟ ହୋଇଥିଲା । ତେଣୁ ରାଜ୍ୟ ସରକାର ତାଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *