Tuesday , October 19 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ପାରାଦୀପ ବନ୍ଦରର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ପି.ଏଲ.ହାରନାଦ

ପାରାଦୀପ ବନ୍ଦରର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ପି.ଏଲ.ହାରନାଦ

ପାରାଦୀପ ୦୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ଭାବେ ଗୁରୁବାର ଦିନ ଦାୟିତ୍ୱ ନେଇଛନ୍ତି ପୋଲାମରାଜୁ ଲକ୍ଷ୍ମୀ ହାରନାଦ । ୧୯୯୪ ବ୍ୟାଚ୍ ର ଆଇ.ଆର୍.ଟି.ଏସ୍. ଅଫିସର ଶ୍ରୀ ହାରନାଦ ନୂଆଦିଲ୍ଲୀ ର ଇଣ୍ଡିଆନ୍ ଏଗ୍ରିକଲଚର ରିସର୍ଚ୍ଚ ଇନ୍ଷ୍ଟିଚୁୟୁଟ୍ ରୁ ଏମ୍.ଏସ.ସି ଓ ପି.ଏଚ୍.ଡି କରିଛନ୍ତି । ଦୀର୍ଘ ୨୭ବର୍ଷ ଧରି ଚାକିରୀ ଜୀବନରୁ ୨୨ ବର୍ଷ ଭାରତୀୟ ରେଳବାଇରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି । ଜାହାଜ ଚଳାଚଳ ମନ୍ତ୍ରଣାଳୟରେ ତାଙ୍କର ୫ବର୍ଷର ଯୋଗଦାନ ରହିଛି । ଶ୍ରୀ ହାରାନାଧ ପାରାଦୀପ ବନ୍ଦରର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପାରାଦୀପ ବନ୍ଦର ଦେଶର ଏକ ନମ୍ବର ବନ୍ଦର ହେବା ନିମନ୍ତେ ବନ୍ଦର କର୍ମଚାରୀ,ଶ୍ରମିକ ୟୁନିୟନ୍,ସମସ୍ତ ବନ୍ଦର ବ୍ୟବହାରକାରୀ, ଷ୍ଟିଭେଡର୍ସ, ଷ୍ଟିମର ଏଜେଂଟ, ସରକାରୀ ସଂସ୍ଥାଙ୍କ ସହଯୋଗ କାମନା କରିଛନ୍ତି । ପାରାଦୀପରେ ହେବାକୁ ଥିବା େଓଷ୍ଟର୍ଣ୍ଣ ଡକ୍ ପ୍ରକଳ୍ପର ସଫଳତା କାମନା କରିଥିଲେ । ଭାରତୀୟ ରେଳବାଇର ରାୟପୁର ଡିଭିଜନ୍ ରେ ସିନିୟର ଡିଭିଜିନାଲ୍ ଅପରେସନ୍ ମ୍ୟାନେଜର୍,ଚକ୍ରଧରପୁର ଡିଭିଜନ୍ ରେ ଡେପୁଟି ଚିଫ ଅପରେସନ୍ ମ୍ୟାନେଜର, ସାଉଥ୍ ଇଷ୍ଟର୍ଣ୍ଣ ରେଳବାଇ ଓ ସାଉଥ୍ ସେଂଟ୍ରଲ ରେଳବାଇରେ ଚିଫ ଅପରେସନ୍ ମ୍ୟାନେଜର(ମାର୍କେଟିଙ୍ଗ) ପୂର୍ବତଟ ରେଳବାଇରେ ଚିଫ ଫାଇଟ୍ ଟ୍ରାନସପୋର୍ଟ ମ୍ୟାନେଜର ଭାବେ କାର୍ଯ୍ୟକରିଛନ୍ତି । ନିଜର କର୍ତବ୍ୟନିଷ୍ଠତା ଓ ଦକ୍ଷତା ନିମନ୍ତେ ସେ ଜାତୀୟ ପୁରସ୍କାର ହାସଲ କରିଛନ୍ତି ।  ଜାହାଜ ଚଳାଚଳ ମନ୍ତ୍ରଣାଳୟ ରେ କାମ କରିବା ମଧ୍ୟରେ ସେ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ବିଶାଖାପାଟଣା ବନ୍ଦରର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ବିଶାଖାପାଟଣା ବନ୍ଦରକୁ ତୃତୀୟ ସ୍ଥାନରେ ପହଂଚାଇବାରେ ତାଙ୍କର ବହୁ ଅବଦାନ ଥିବା ପାରାଦୀପ ବନ୍ଦର ପକ୍ଷରୁ ପ୍ରକାଶିତ ପ୍ରେସ୍ ଇସ୍ତାହାରରୁ ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ପାରାଦୀପରେ ଓରଟେଲ୍ ସେବା ବିପର୍ଯ୍ୟସ୍ତ-  ମାସିକ ଟଙ୍କା ଦେଇବି ପାଉନାହାନ୍ତି ଉଚିତ୍ ସେବା   

ପାରାଦୀପ ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ବିଭିନ୍ନ ସହରରେ କେବୁଲ୍ ସେବା ଯୋଗାଉଥିବା ଓରଟେଲ୍ କମୁନିକେସନ୍ ପାରାଦୀପ ସହରରେ ସେବା ଯୋଗାଇ …

Leave a Reply

Your email address will not be published. Required fields are marked *